STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସଂସାର ଶଗଡ

ସଂସାର ଶଗଡ

1 min
183


ସଂସାର ଶଗଡ଼ ଯାଏ ଗଡି ଗଡି

      ବେନି ଚକ ପତ୍ନୀ ପତି 

ସେନେହ ପୀରତି ବିଶ୍ଵାସରେ ଭରା

      ମିଳନ ମନର ଗତି।

ସନ୍ତାନ ସନ୍ତତି ସେହି ଭାବନାରେ

       ହୋଇଥାନ୍ତି ସଂସ୍କାରିତ

ସେହି ପରିବାର ସୁଖ ସମୃଦ୍ଧିର

         ଜୀବନରେ ପୁଲକିତ।

ଉତ୍ତମ ଗୃହସ୍ଥ ଅଟେ ସେହି ଜନ

       ଦାୟିତ୍ଵ ନିର୍ବାହୀ ଥାଏ

ମଣିଷ ପଣିଆ ଯାହାର ଭୂଷଣ

       ଆଉ କିସ ଲୋଡା ହୁଏ।  

ବ୍ୟବହାର ପରା ଦେବୀ ମହାଲକ୍ଷ୍ମୀ

       ଆପେ ସମ୍ପଦ ଆସଇ 

ଦାନ ଦକ୍ଷିଣାରେ ହୃଦୟ ପୂରଇ

       ଶୂନ୍ୟେ କେ ନ ଫେରଇ।

ମମତା ହେଉଛି ଘରର ଏକତା

        ବ୍ୟବସ୍ଥା ବଢାଏ ଶୋଭା

ପ୍ରତି ପରିବାର ଏମିତିକା ହେଲେ

        ଦୁନିଆ ହୋଇବ ଲୋଭା।

ଯେଉଁ ପରିବାର ଯେତିକି ସୁନ୍ଦର

       ଥାଏ କାଳିଆ ଆଶିଷ 

ଅଧୁନା ଯୁଗରେ ଘୋର କଳି କାଳେ

       ଗଢିବାରେ ହୁଅ ବଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action