STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ପଖାଳ

ପଖାଳ

1 min
194

ସକାଳ ସଜ ବା ବାସି ପଖାଳ

ସଙ୍ଗେ ଶାଗ ପିଆଜ ଲଙ୍କା ଲୁଣ

ସ୍ୱାଦ ଅସୀମ ବର୍ଣ୍ଣିବା ଅକାରଣ

ସୂର୍ଯ୍ୟଙ୍କ ଡହଡହ ତାତି ବିକିରଣ

ପଖାଳ କରେ ତୃଷ୍ଣା ନିବାରଣ

ପଖାଳର ଉଚ୍ଚାରଣ ଆଚରଣ

ଆଜି ସମଗ୍ର ଦେଶେ ବିଚରଣ

ଚାଷୀ ସୈନିକ କି ଧନୀ ନିର୍ଦ୍ଧନ

ସଭିଏଁ ପଖାଳକୁ ବାଟବରଣ

କରି ସନ୍ତୁଷ୍ଟ ନିଦାଘ ବାତାବରଣ

ପଥିକ, ଅତିଥି, ଅଭ୍ୟାଗତ ଖୋଜନ୍ତି

ମୁଠାଏ ପଖାଳ ଦହି ଲଙ୍କା ଲୁଣ

ଅବଢ଼ା ତୋରାଣି ପିଇ ଜଣ ଜଣ

ଉପକାରୀତାର ମନ୍ତ୍ରେ ବଶୀକରଣ

ଖରା ଦିନେ କ୍ଷୁଧା ବିଶଲ୍ୟକରଣ

ପଖାଳ ମହିମା ସଂସ୍କୃତି ବିକିରଣ

ଆଜି ରାଜ୍ୟ ଦେଶକୁ ସମ୍ପ୍ରସାରଣ

ଆତ୍ମୀୟତା ମୁଗ୍ଧତା ବଢ଼େ ପଖାଳ ରାଣ

ତୋଷୁଛି ପୃଥ୍ୱୀ ଜନ ମନ ଗଣ

ଓଡ଼ିଆ ମାନ ସମ୍ମାନ ହୋଇଛି ଦି ଗୁଣ

ଜଗନ୍ନାଥ ଧାମେ ପଖାଳ ନୀଳ ନିମନ୍ତ୍ରଣ

ଅବଢ଼ା ତୋରାଣି ଭକ୍ତ ଓ ଭାବ ନିରୂପଣ

ପଖାଳ ଭାଇଚାରା ପାଇଁ ଉଦାହରଣ

ଯିଏ ଖାଇଛି ଜାଣିଛି ଯିଏ ନଖାଇଛି

ଖାଇବାକୁ ଥରେ ରହିଲା ମୋ ରାଣ।


Rate this content
Log in

Similar oriya poem from Abstract