STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

କଳ୍ପନାରେ ତୁମେ

କଳ୍ପନାରେ ତୁମେ

1 min
124


କଳ୍ପନାରେ ତୁମେ ଭାବନାରେ ତୁମେ

       ପ୍ରତି କୋଣ ଅନୁକୋଣ

ତୁମରି ମହିମା ଗାୟନ କରନ୍ତି

      ଦିବା ରାତ୍ର ପ୍ରତି କ୍ଷଣ।

ତୁମେ ଜଗନ୍ନାଥ ଲୀଳା ତ ବିଚିତ୍ର

      ନ ବୁଝନ୍ତି ଲେଶ କେହି

ତୁମ ଡୋରି ହେଲେ ଭକତ ଗହଳ

       ତୁମ ପାଶେ ରହି ରହି।

ଆନନ୍ଦ ବଜାର ଅବଢ଼ା ବାସ୍ନାରେ

       ହୋଇ ଉଠେ ମହକିତ

ତୁମ ବଡଦାଣ୍ଡ ଜନ କୋଳାହଳେ

       ଲାଗି ଥାଏ ଆତଯାତ।

ଯେତେ ଦେଖୁଥିଲେ ନୂଆ ଦିଶୁ ଥାଅ

       ହେ ପ୍ରଭୁ ଚକା ନୟନ

ମନ କଥା ସବୁ ଜାଣ ବୋଲି ନାଥ

        ଜିଣି ପାର ସବୁ ମନ।

ମନ କଳ୍ପ ବଟ ତଳେ ବସି ରହି 

       ମୁହିଁ ଦେଖେ ତୁମ ଛବି 

ଆହାକି ସୁନ୍ଦର ପୀତ କଳେବର

       ସକାଳ ସଞ୍ଜର ରବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action