STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ହେଲା ସଞ୍ଜ ବେଳ

ହେଲା ସଞ୍ଜ ବେଳ

1 min
152


ହେଲା ସଞ୍ଜ ବେଳ ପାହାଡ ସେ କେଡେ

         ସୁରୂଜ ହୁଅନ୍ତି ଅସ୍ତ

ଦୂରଗାମୀ ପକ୍ଷୀ ନୀଡେ ଫେରୁଛନ୍ତି

         ଶାବକ ପାଇଁ କି ବ୍ୟସ୍ତ।

ଆକାଶରେ ଏବେ ତାରକା ଫୁଟିଲେ

         କି ସୁନ୍ଦର ଜହ୍ନ ରାତି

ନାଉରୀ ବାପୁଡ଼ା କୂଳେ ନାବ ବାନ୍ଧି

         ଫେରଇ ଘରକୁ ନିତି।

ଗ୍ରାମ ଦେବତୀ ଙ୍କ ଆଳତି ଶୁଭଇ 

         ପୂଜାରୀ ଗାଏ ଭଜନ

ଗାଈ ଆଳ ପିଲା ଗାଈ ଗୋଠ ଧରି

         ଫେରଇ ଆନନ୍ଦ ମନ।

ସରିଗଲା ଖେଳ କୁନା ମୁନା ଏବେ

         ପାଠ ପଢ଼ୁଛନ୍ତି ବସି

ଶ୍ରୀ ଜଗନ୍ନାଥଙ୍କ ଜଣାଣ ଗାଇଲେ

         ନେଉଛନ୍ତି ମନ ରସି।

କେଡେ ଭଲ ଲାଗେ ଏଇ ସଞ୍ଜ ବେଳ

         ବିଧାତା ଙ୍କ ସୃଷ୍ଟି ଯାହା

ବେଳ ସରିଯିବ ରାତି ପାହିଯିବ

          ପ୍ରଭୁ ହେବେ ସଦା ସାହା।

ଯେତେଦିନ ଥିବା ତାଙ୍କରି ସୃଷ୍ଟିରେ

          ତାଙ୍କ ଗୁଣ ଗାଉଥିବା

ପ୍ରକୃତି ସହିତ ତାଳ ମେଳ ରଖି

          ତାଙ୍କ ସେବା କରୁଥିବା।



Rate this content
Log in

Similar oriya poem from Action