Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଦୁନିଆର ମଜଦୁର ଏକ ହୁଅ

ଦୁନିଆର ମଜଦୁର ଏକ ହୁଅ

1 min
140



ମାନବ ଓ ସମାଜ, ପରସ୍ପର ଦୁଇ ପାର୍ଶ୍ୱ,

ଏକ ମୁଦ୍ରାର

ସମାଜ କରଇ ମଣିଷର ଭାବକୁ ପ୍ରସ୍ଫୁଟିତ, 

ଜୀବନରେ ମଣିଷର |୧|


ସମାଜ, ମନୁଷ୍ୟ ଜୀବନର ଅଟେ ପରା 

ଏକ ଦର୍ପଣ

ମଣିଷର ଦୁଃଖ ସୁଖରୁ କରେ ତାହାର ତ

ସଫଳ ପ୍ରତିଫଳନ |୨|


ମାର୍ଗ ସଦା ସର୍ବଦା ମନୁଷ୍ୟର ଶାନ୍ତି, ଦୟା,

ତ୍ୟାଗ, ପ୍ରେମ ଓ ଅହିଂସା 

ନୈରାଶ୍ୟରେ ସର୍ବଦା ସମାଜ ହୁଏ ସମସ୍ତ

ମନୁଷ୍ୟର ଅଶା ଭରସା |୩|


ଆଦର୍ଶ ପଥରେ ଗତି, ସମାଜର ରୁଚିପୂର୍ଣ୍ଣ 

ଉପସ୍ଥାପନ

ତେବେ ତାହା ହୁଏ, ମାନବର ଭାଷା ଏବଂ

ସଂସ୍କୃତି, ପ୍ରାଣର ସ୍ପନ୍ଦନ |୪|


ସଂଜୀବନି ଭଳି ଆଦର୍ଶ ପଥ, ଏକ ସଭ୍ୟ 

ସମାଜର 

ମାନବର ମନ କରିଥାଏ ସତ୍ୟ, ଶାନ୍ତି, ଶିବ 

ଓ ସୁନ୍ଦର |୫|


ଦାର୍ଶନିକ କେତେ ଏ ସମାଜରେ ମଣିଷର

ହୃଦୟରେ

ଜାଗ୍ରତ କରାଇ ଥାନ୍ତି ତାଙ୍କ ଦିବ୍ୟ ଭାବନା,

ଚେତନାରେ |୬|


ସେ ସବୁକୁ କୁହ ଧର୍ମ, ବାଦ, ଶାସ୍ତ୍ର ପୁରାଣ 

ଅବା ଦର୍ଶନ

ତାହା କେବଳ ସେମାନଙ୍କ ଘୋର ସାଧନାର 

ପ୍ରତିଫଳନ |୭|


ସେ କଥା ରହିଯାଏ ହୋଇ ସମାଜ ଭିତରେ 

ଅଲିଭା ସ୍ମୃତି 

ସେ ତ ଅଟେ ଦିବ୍ୟ ଚେତନା ଓ ସେଇ ସ୍ରଷ୍ଟାଙ୍କ

ର ନିଜସ୍ୟ ଅନୁଭୂତି |୮|


କାଳଜୟୀ ମନ୍ତ୍ର ଆଣିଥାଏ ସର୍ବଦା ଚେତନାର 

ଅଭ୍ୟୁଦୋୟ

ଆଣି ଦିଏ ଅନ୍ୟାୟ ଅସତ୍ୟ ବିରୋଧେ ସତ୍ୟର 

ମହା ବିଜୟ |୯|


ମଣିଷ ଭିତରୁ ଭୟ କାପୁରୁଷପଣ ଦୂର କରାଏ 

ସେ ବୀରଙ୍କର ବାଣୀ

କୋଟି କୋଟି ମେହନତୀଙ୍କୁ ସଂଗ୍ରାମ ବହ୍ନିରେ 

ସେ ଭାବ, ନିଏ ଟାଣି |୧୦|


ସେମାନେ ଅଙ୍ଗୁଳି ଦେଖାନ୍ତି ଓ ମାର୍ଗ ବତାଅନ୍ତି

ମୁକ୍ତି ପାଇଁ

କୃତ୍ରିମ ବନ୍ଧନରୁ ମଣିଷର ନିଜସ୍ୱ ସ୍ୱାଧୀନତା 

ଆଣିବା ପାଇଁ |୧୧|


ମଣିଷ କରିପାରେ ଭଜନ, ଚିନ୍ତନ, ଜପ, ତପ, 

ଅବା ପଠନ 

ମନ୍ତ୍ର, ତନ୍ତ୍ର ଓ ଆନନ୍ଦ, ଥିଲେ ଯାଇ ପେଟରେ 

ତାହାର ଅନ୍ନ |୧୨|


ଦୁନିଆର ସବୁ ମଜଦୁର ଏକ ହୁଅ, ପୁଂଜିପତିର

ବନ୍ଧନରୁ ମୁକ୍ତି ପାଇଁ

ଦେଲେ ଡାକରା କାର୍ଲ ମାର୍କସ, କ୍ଷୁଧାର ଜଳନ

ତେବେ ଦୂର ହେବ ଯାଇ |୧୩|

  

ଭୋକର ଜ୍ୱାଳାରୁ ମୁକ୍ତିମାର୍ଗ ଦେଖାଇଲେ, ଏହି 

ହୋଇଛି ବିଶ୍ୱର ନୀତି 

ତା ପରଶେ ମଣିଷ ପାଇଛି ଚେତନା, ତାହା ତ

କେବଳ ଗତି ମୁକ୍ତି  |୧୪|


ହେ କାର୍ଲ ମାର୍କସ, ତୁମେ ଦେଇଥିବା ସଂସ୍କୃତି

ରହିଛି ମନ୍ତ୍ର ହୋଇ 

ସାରା ସଂସାରରେ ଆଲୋକ ବର୍ତ୍ତିକା ସାଜିବ, 

ନିଶ୍ଚିତ ମୁହିଁ |୧୫|



Rate this content
Log in