Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Inspirational

3  

Bharatabandhu Biswal

Tragedy Action Inspirational

ଯିବ ସର୍ବନାଶ ଗ୍ରାସି

ଯିବ ସର୍ବନାଶ ଗ୍ରାସି

1 min
188



ତାଳବଣେ ଘାସ ଚରୁଥିଲା ଏକା

ବିଚରା ଠେକୁଆ ଛୁଆ 

ପକ୍ବ ତାଳ ଖସି ପଡିଲା ଦୈବାତ

ହେଲା ସିଏ ଆବାକାବା ।

ତଳେ ପଡିଥିଲା ଶୁଖିଲା ବରଡା

ଉପରେ ପଡିଲା ତାଳ

ଶୁଭିଲା ଅଧିକ ପତନର ଶବ୍ଦ 

ଠେକୁଆଟି ଅସମ୍ଭାଳ ।

ଭାବି ଭୂମିକମ୍ପ ହେଲା ଭୟଭୀତ 

ଧାଇଁଲା ପ୍ରାଣ ବିକଳେ

ଦେଖିଲା ତାହାକୁ ବାଟରେ ଯିଏ ବି

କାରଣ କିସ ପଚାରେ ।

ହୋଇ ଅଣଶ୍ବାସୀ କହେ ଧାଉଁ ଧାଉଁ

ଠେକୁଆ ତରାଟି ଆଖି

ହୁଏ ଭୂମିକମ୍ପ ଫାଟି ପଡେ ପୃଥ୍ବୀ

ବଞ୍ଚିବାକୁ ଦଉଡୁଛି ।

ସତ ମଣି ତାକୁ ପଛେପଛେ ତାର

ଜୀବଜନ୍ତୁ ଜଙ୍ଗଲର 

ପ୍ରାଣ ବିକଳରେ ଧାଇଁଲେ ସମସ୍ତେ

ପଡିଗଲା ହାହାକାର ।

ନିରେଖି ଏ ଦୃଶ୍ଯ ହୋଇ ଆଚମ୍ବିତ 

ପଶୁରାଜ ମହାବଳ

ଉଭା ହୋଇ ଅଗ୍ରେ କରିଲା ଗର୍ଜନ 

ପଶୁଦଳ ଥରହର ।

ସବୁ ବୁଝିଶୁଣି ଅସଲ କାହାଣୀ

ସିଂହ କହେ ସାଥେ ଚାଲ

କେଉଁଠି ହୋଇଲା ବଡ ଭୂମିକମ୍ପ 

ଦେଖିନେବା ଅଟେ ଭଲ ।

ସିଂହର ସହିତ ଚାଲିଲା ଠେକୁଆ 

ଭୟଭୀତ ପଶୁଗଣ

ନିରୂପିତ ସ୍ଥାନେ ପାଇଲେ ପଡିଛି

ପାଚିଲା ତାଳ ପ୍ରମାଣ ।

ମରିଥାନ୍ତେ ବୁଡି ଗଭୀର ସାଗରେ

ଜଙ୍ଗଲର ଜୀବଜନ୍ତୁ

ସିଂହର ଉଦ୍ଯମ ଯୋଗୁ ବଞ୍ଚିଗଲେ

ଏତ ଗଳ୍ପ କଥାବସ୍ତୁ ।

କଥା ଆଉ କାମ ହୁଏ ଭିନ୍ନ ଭିନ୍ନ 

ବୁଝି ବି ଲୋକେ ଅବୁଝା

ଖଟାଇବ କିଏ ବୁଦ୍ଧି କଉଶଳ

ଉଠାଇବା ଭଲ ମଜା ।

ମାଗଣା ଏ ଯୁଗେ ସଭିଏଁ କୁଣ୍ଠିତ

କରିବାକୁ ପରିଶ୍ରମ 

ଧାଆଁନ୍ତି ଲୋଭରେ ପାଇବାକୁ ପୁଳେ

କେଉଁଠୁ ମିଳିବ ଧନ ।

ଜୋତା ଛତା ଜାମା ଗାମୁଛା ଚଷମା

ଚାଉଳ ଗହମ ଡାଲି

ଫଳେ ନାହିଁ ଶୂନ୍ଯେ ଜାଣନ୍ତି ସମସ୍ତେ

ଲାଗଇ କିନ୍ତୁ ଗହଳୀ ।

ବଢେ ଜମାପୁଞ୍ଜି ସଢେ ମଧ୍ଯବିତ୍ତ 

ହତାଶ ଶ୍ରମିକ ଚାଷୀ

ନ୍ଯାୟ ପ୍ରଶାସନ ନ ହେଲେ ସୁଦୃଢ

ସର୍ବନାଶ ଯିବ ଗ୍ରାସି ।

   



Rate this content
Log in

Similar oriya poem from Tragedy