STORYMIRROR

Satyanarayan Sahoo

Romance Action

3  

Satyanarayan Sahoo

Romance Action

ସାତ ରଙ୍ଗ ନେଇ ଆସୁଛି ହୋଲି

ସାତ ରଙ୍ଗ ନେଇ ଆସୁଛି ହୋଲି

1 min
155


ସାତ ରଙ୍ଗ ନେଇ ଆସୁଛି ହୋଲି

ଆନନ୍ଦରେ ମନ ଉଠେ କୁରୁଳି ।

ହସଇ ଖିଲି ଖିଲି ପ୍ରକୃତି ରାଣୀ

ଧରିଅଛି ବସନ୍ତ ମଧୁର ଠାଣି ।

ମଧୁ ଗନ୍ଧ ସ୍ୱାଦ ବହନ କରୁଛି

ନିତି ଘନ ଘନ ମଳୟ ବହୁଛି ।

ବନ ଭୂମି ଦିଶେ ଆହା କି ଶୋଭା

ଫୁଲ ପଲ୍ଲବ ରେ ପରିପୂର୍ଣ୍ଣ ବିଭା ।

ମନୋହର ତର ହସେ ରାଜିତ

ବର୍ଣ୍ଣାଢ଼୍ୟ ଵରଣେ ଧରା ଶୋଭିତ ।

ପଶୁ ପକ୍ଷୀ ଫୁଲ , କି ଶୋଭା ଅତୁଲ

ସାତ ରଙ୍ଗ ନେଇଣ କି ଝଲ ମଲ ।

ଆସିଛି ହୋଲି , ରଙ୍ଗ ଅଭିର ଖେଳ

କଉତୁକ , ଖୁସି ମଉଜ ଚଞ୍ଚଳ  ।

ସାତ ରଙ୍ଗ ନେଇ ଆସୁଛି ହୋଲି

ଫଗୁଣ ପୂର୍ଣ୍ଣମୀ ଦିନ ଫଗୁ ଖେଳି ।

ହାତ ରେ ଧରି ସପ୍ତ ରଙ୍ଗ ଅଭିର 

ମତିବେ ସଭିଏଁ ଖେଳ ରେ ଭୋଳ ।

ସାତ ରଙ୍ଗ ନେଇ ଆସୁଛି ହୋଲି

ହସୁଛି ଧରଣୀ ମାତା ଖିଲି ଖିଲି ।

ପ୍ରକୃତି ସୁନ୍ଦରୀ ଧରିଛି ମାଧୁରୀ

ମଧୁ ବୋଳା ବେଳା ମନ ପ୍ରାଣ ହରି ।

 ନିଏ ପ୍ରତି କ୍ଷଣେ ଦୋଳ ପୂର୍ଣ୍ଣମୀ

ସାତ ରଙ୍ଗ ନେଇ ଆସୁଛି ହୋଲି ।



Rate this content
Log in

Similar oriya poem from Romance