STORYMIRROR

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଈଶ୍ୱର ଦୟାର ସାଗର

ଈଶ୍ୱର ଦୟାର ସାଗର

1 min
150


ଈଶ୍ୱର ଦୟାର ସାଗର

ଅନନ୍ତ ଅସୀମ ଭଣ୍ଡାର ।

ଈଶ୍ୱର ସଭିଙ୍କ ଈପ୍ସିତ

ପ୍ରାପ୍ତି ପାଇଁ ଚେଷ୍ଟା ବହୁତ ।

ଜନେ କରି ଥାନ୍ତି ଜୀବନେ

ପବିତ୍ର ଉତ୍ସାହ ଚିନ୍ତନେ ।

ସେବୀ ଈଶ୍ୱରଙ୍କ ପୟର

ଅଟନ୍ତି ସେ ହିଁ ତାପ ହର ।

ସଂସାର ତାପ ତମ ଦୂର

ହୁଅଇ ସେବିଲେ ଈଶ୍ୱର ।

ଈଶ୍ୱର ଆଜ୍ଞା ପାଳି ଥିଲେ

ପ୍ରମାଦ ନ ପଡ଼ଇ ଭଲେ ।

ଅସାଧ୍ୟ ହୁଅଇ ସାଧନ

ସୁସାଧ୍ୟ ସର୍ବ କର୍ମ ଜାଣ ।

ଦୁରାଶା ଦୁଶ୍ଚିନ୍ତାକୁ ଦୂର

କରି ଦିଅନ୍ତି ଯେ ଈଶ୍ୱର ।

ଆସ୍ତିକ ଜନେ ଥାନ୍ତି ସୁଖେ

ନାସ୍ତିକ ସଦା ରହେ ଦୁଃଖେ ।

ଭଜିଲେ ଈଶ୍ୱରଙ୍କୁ ନିତି

ଖଣ୍ଡଇ ଭବର ଦୁର୍ଗତି ।

ଦୟାର ସାଗର ଈଶ୍ୱର 

ବିଶ୍ୱାସୀ ଭକ୍ତଙ୍କୁ ଗୋଚର ।

ହରି ଭଜନରେ ଯା ' ଚିତ୍ତ

ସତତ ଥାଏ ନିମର୍ଜିତ ।

ତାହାଙ୍କୁ ମିଳନ୍ତି ତତ୍କାଳ

ନାଶନ୍ତି ଅଶାନ୍ତି ଜଞ୍ଜାଳ ।

ଦୟା କରୁଣା ଗନ୍ତାଘର

ଶାନ୍ତି ସନ୍ତୋଷର ଆଧାର ।

ଆଧ୍ୟାତ୍ମ୍ୟ ଜ୍ଞାନ ଧର୍ମ ନ୍ୟାୟ

ଚୋଦନା , ପ୍ରେରଣା ଉତ୍ସାହ ।

ନୀତି ନିୟମ ଆଦର୍ଶର

ଈଶ୍ୱର ଅଟନ୍ତି ଯେ ମୂଳ ।

ତାହାଙ୍କ ଆଜ୍ଞା ପାଳି ଚିର

ଚଳୁଛି ବିଶାଳ ସଂସାର ।

ନାଶନ୍ତି ଅଜ୍ଞାନ ଅନ୍ଧାର

ଅଶାନ୍ତି, ତମ ଦୁରାଚାର ।

ଦୂରେଇ ନାଶନ୍ତି ସେ ସଦା

ଦୟା ରେ ଭକ୍ତ ଜନ ବାଧା ।

ଦୁଃଶୀଳ ପାପିଷ୍ଠ ପାମର

ଦୁଷ୍ଟ ଅନ୍ୟାୟୀ ଅତ୍ୟାଚାର ।

ଈଶ୍ୱର ଦୟାରେ ବିନାଶ

କରି ଭକ୍ତଙ୍କ ମୁଖେ ହସ ।

ବୁଣି ଦିଅନ୍ତି ଯେ ଈଶ୍ୱର

ତାଙ୍କ ପୟରେ ମତି ମୋର ।

ରହିଣ ଥାଉ ନିରନ୍ତରେ

ଜୀବନ ବିତୁ ଆନନ୍ଦରେ ।



Rate this content
Log in

Similar oriya poem from Action