STORYMIRROR

Naliniprava Subudhi

Action

3  

Naliniprava Subudhi

Action

ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର

ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର

1 min
141


ସୂର୍ଯ୍ୟବଂଶେ ଯାତ ଦଶରଥ ସୂତ

ମର୍ଯ୍ୟାଦା ପୁରୁଷ ରାମ।

ପିତୃସତ୍ୟ ପାଳି ଭାଇ ଭାର୍ଯ୍ୟା ଘେନି

ଚଳିଲେ ଘୋର କାନନ।

ସୁପୁତ୍ର ମର୍ଯ୍ୟାଦା କଲେ ରକ୍ଷଣ

ଜୟ ଜୟ ଦଶରଥ ନନ୍ଦନ ।


ମାତା ଠାରୁ ସର୍ଵ ବୃତ୍ତାନ୍ତ ଶୁଣି

ଚଳିଲେ ଭରତ ବନେ ।

ନିର୍ମଳ ହୃଦୟେ ଭାତୃ ପ୍ରିୟ ରାମ

ଭରତଙ୍କୁ ଆଲିଙ୍ଗନେ।

କଠଉ ହସ୍ତରେ କଲେ ଅର୍ପଣ

ଜୟ ଜୟ ଦଶରଥ ନନ୍ଦନ ।


ପ୍ରେମ ଓ ଭକ୍ତିର ପରକାଷ୍ଠା ଦିଶେ

ଶବରୀ,କୈବର୍ତ୍ତ ସ୍ଥାନେ ।

ପଞ୍ଚବଟୀ ବନେ କୁଟିର ନିର୍ମାଣ

ରାକ୍ଷସୀ ନାସା ଚ୍ଛେଦନେ ।

ପ୍ରେମ ଓ ଭକ୍ତିର ଏ ନିର୍ଦ୍ଦେଶନ 

ଜୟ ଜୟ ଦଶରଥ ନନ୍ଦନ।


ମାତା ହେଲେ ଚୋରି ରାବଣ ବଇରି

ସୁଗ୍ରୀବଙ୍କ ସହ ମିତ୍ର।

ଭେଟ ହନୁମାନ ସୀତାଙ୍କ ସନ୍ଧାନ

ବାଳୀଙ୍କୁ କଲେ ନିହତ।

ଅମର ବନ୍ଧୁତାର‌ ଗୁଣଗାନ

ଜୟ ଜୟ ଦଶରଥ ନନ୍ଦନ।


ଜ୍ଞାନ ଓ ପାଣ୍ଡିତ୍ୟ ରାଜ ନିତୀଜ୍ଞ

ଶିକ୍ଷା ଦେଲେ ଲଙ୍କପତି ।

ରାବଣକୁ ମାରି ମିତ୍ରେ ରାଜାକରି

ଉଦ୍ଧରିଲେ ସୀତାସତି ।

ସୂର୍ଯ୍ୟବଂଶ ମାନ କଲେ ବର୍ଦ୍ଧନ

ଜୟ ଜୟ ଦଶରଥ ନନ୍ଦନ।


ପ୍ରଜାନୁରଞ୍ଜନ ପ୍ରିୟ ରାଜନ

ଫେରି ଆସିଲେ ଅଯୋଧ୍ୟା।

ରାଜାରାମ ହେଲେ ପ୍ରଜାଙ୍କୁ ପାଳିଲେ

ମନ୍ଥରା ରଚିଲା ବାଧା।

ସତୀପତ୍ନୀ ପ୍ରତି ଘୃଣ୍ଯ ଚିନ୍ତନ

ଜୟ ଜୟ ଦଶରଥ ନନ୍ଦନ।


ସୀତାଙ୍କୁ ପେଶିଲେ ଘୋର କାନନକୁ

ଧୋବଣୀର ଅପଵାଦେ ।

ଗର୍ଭବତୀ ସୀତା ବନେ ନିର୍ଵାଶିତା

ବାଲ୍ମିକୀ ଋଷି ପ୍ରବୋଧେ ।

ଭୂମିଷ୍ଠ ହେଲେ ଜମଜ ସନ୍ତାନ

ଜୟ ଜୟ ଦଶରଥ ନନ୍ଦନ।


ବଶିଷ୍ଠ ଋଷିଙ୍କ ପରାମର୍ଶକ୍ରମେ

ଅଶ୍ଵମେଧ ଯଜ୍ଞ କଲେ।

ପତ୍ନୀଙ୍କ ବିୟୋଗ ପ୍ରତିମା ସଂଯୋଗ

ସୁବର୍ଣ୍ଣ ମୂର୍ତ୍ତି ସ୍ଥାପିଲେ ।

ଏକପତ୍ନୀ ବ୍ରତ କଲେ ରକ୍ଷଣ

ଜୟ ଜୟ ଦଶରଥ ନନ୍ଦନ।


ସତ୍ୟବାଦୀ ଆଉ ସୁବିଚାରକ

ମର୍ଯ୍ୟାଦା ପୁରୁଷ ରାମ ।

ସଙ୍ଗେ ସୀତା ସତୀ ବଇକୁଣ୍ଠ ପତି

ପୂର୍ଣ୍ଣକର ମନସ୍କାମ ।

ଧରାରେ ନେଇଛ ପବିତ୍ର ଜନ୍ମ

ଜୟ ଜୟ ଦଶରଥ ନନ୍ଦନ।


ଧନ୍ଯ ଧନ୍ୟ ରାମ ପୁରୁଷ ଉତ୍ତମ

ନବ ଦୁର୍ଵାଦଳ ରାମ ।

ଚରଣେ ଶରଣ ହେ, ରଘୁନନ୍ଦନ

ପଦେ କରୁଛି ଜଣାଣ ।

ଶାନ୍ତି,ମୈତ୍ରୀ,ପ୍ରିତୀ କର ଭୂଷଣ

ଜୟ ଜୟ ଦଶରଥ ନନ୍ଦନ।




Rate this content
Log in

Similar oriya poem from Action