ଶୈଶବ ସମୟ
ଶୈଶବ ସମୟ
ଶୈଶବ ସମୟ
କେତେ ମଧୁମୟ
ମଧୁର ରସ ଦାୟିନୀ
ହସି ଖେଳି ବୁଲି
ନାଚି ଗାଇ ଗାଇ
ଜନ ମନ ନେଉ କିଣି ।
ଶିଖୁ କେତେ ଭାବ
ଦିବ୍ୟ ଅନୁଭବ
ପୁଲକ ସାନ୍ତ୍ଵନା ଝର
କଲ୍ଲୋଳ ପୁରବୀ
ତୋଳେ ପୂଣ୍ୟ ପ୍ରାପ୍ତି
ସୁମଧୁର ସୁଖକର ।
ଶୈଶବ ସମୟ
ଶିଶୁ ଶିକ୍ଷାରମ୍ଭ
ମଧୁର ମୂର୍ଚ୍ଛନା ଭରା
ଖେଳି ମଉଜରେ
ଆନନ୍ଦ ମନରେ
ଝରେ ରସ ସ୍ନିଗ୍ଧ ଧାରା ।
ଚମତ୍କାର ଲୀଳା
ନୃତ୍ୟ ଗୀତ କଳା
ଖେଳ ସାଥୀଙ୍କ ମେଳରେ
ଅଭିନୟ କରି
ନେଉ ମନ ହରି
ଆମେ ଶୈଶବ କାଳରେ ।
