ଶବ୍ଦ ଓ କବି
ଶବ୍ଦ ଓ କବି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପୂର୍ବ ପୁରୁଷ ସବୁ ଉତ୍ତରାଧିକାରୀ ସୂତ୍ରରେ
ଧରେଇ ଗଲେ ଶବ୍ଦର ଭଣ୍ଡାର,
ପ୍ରତ୍ଯେକ ଶବ୍ଦ ଗୋଟିଏ ଗୋଟିଏ ଭୂ ରୁ ଭୂମା
ନିଜେ ନିଜର ଅସ୍ତିତ୍ବକୁ ନେଇ ସୃଷ୍ଟି କରନ୍ତି ନିଜ ପରିଚୟ ।
ଆମେ ସବୁ କେଉଁ ଅନାଦି କାଳରୁ
ରହି ଆସିଚ୍ଥୁ ଶବ୍ଦର ପରିଧି ଭିତରେ,
ଦେଖିନୁ କେବେ ସେ ହଜିଗଲା କିମ୍ବା ମୁତ୍ଯୃ ବରଣ କଲା
ସମୟର ଆଘାତରେ ଭାଙ୍ଗିଯାଇ ,ଅନ୍ଯ ଶବ୍ଦ ସହିତ ଯୋଡି ହେଇ
ନୂଆ ପରିଚୟ ନେଇ ଶବ୍ଦର ଆକାଶ ରେ ଝଲସି ଉଠିଲା ।
ଏଇ ସବୁ ଶବ୍ଦ ଗୁଡିକ
ଆତ୍ମୀୟ ଠାରୁ ପାଇଥିବା ପ୍ରତାରଣାର
ଜୀବନ ଯୁଦ୍ଧରେ ବଳକାଥିବା ଆଶ୍ବାସନାର
ନୀରବ ଅଶ୍ରୁର , ଚ୍ଥଦ୍ମବେଶୀ ହସର।
ରଜନୀର ଶେଷ ପ୍ରହରରେ
ଶବ୍ଦ ଗୁଡିକ ଅପେକ୍ଷା କରିଥାନ୍ତି
କବି କେବଳ ତୁମକୁ ହିଁ,
ହଁ କବି କେବଳ ତୁମକୁ ।
ମଉଳି ଯାଇ ଜହ୍ନମାମୁଁ ପରି ଖସି ପଡିବେ
କେବଳ ତୁମରି କୋଳରେ ।
କେବଳ ଚନ୍ଦ୍ରମା କାହିଁକି, ତାହା ସହିତ
ମେଘ, ଶିଶିର,ତୃଷାର୍ତ୍ତ ଉଲ୍କାର ଶବ୍ଦ ସବୁ
ଆକାଶରୁ ଝରି ଆସି ତୁମ ମନଗୋପନରେ ସଙ୍ଗୀତ ସୃଷ୍ଟି କରିବେ ।
ଆଉ, ତୁମେ କବି ଅବୁଝା ନୁହଁ
ସେ ଶବ୍ଦର ରାଗିଣୀକୁ ଖୁବ୍ ଶୁଣ ରାତିର ନିରବତା ରେ ।
ଶବ୍ଦ ଶବ୍ଦକୁ ହାତଠାରି ଡାକେ
କୋଳରେ ବସାଇ ଗେଲ କରେ
ବାସର ରାତିରେ ମଳୟର ସ୍ବର୍ଶରେ
ରଜନୀଗନ୍ଧାର ବାସ୍ନାକୁ ଥରି
ସେହି ସବୁ ଶବ୍ଦ କାଳି ହେଇ ଝରି ପଡନ୍ତି
ତୁମ ସାଧା କାଗଜରେ ସଜେଇ ହୋଇ।
କବି ତୁମେ ମୁଣ୍ଡପୋତି ଆପଣାର ଟିକି ଟିକି ଶବ୍ଦକୁ ଦେଖୁଥାଅ
ହେଲେ, ସେ ସବୁ ମିଶି କବିତା ହେଇ ଯାଇଥାଏ
ତୁମ ଅଜାଣତରେ!