STORYMIRROR

Lipsa Acharya

Romance Classics

3  

Lipsa Acharya

Romance Classics

ତୁମର ସେହି ତମେ

ତୁମର ସେହି ତମେ

1 min
245

ସବୁ ତମେ ମଧ୍ଯରୁ ତୁମର ସେହି ତମେରେ

ଗୋଟିଏ ଆକର୍ଷଣ ଥାଏ।

ଯାହା ମୋ କାନରେ ଗୁଞ୍ଚନ ହେବା କ୍ଷଣ 

ମୁଁ ଆନମନା ହେଇ ଉଠେ। 

ବିନା କାରଣରେ ସେହି ତମେ ଶବ୍ଦ ଭିତରେ

ବୈଶାଖୀରେ ଶ୍ରାବଣର କଳ୍ପନାରେ ଭିଜିଯାଏ। 

ରାତି ରାତି ଅନିଦ୍ରା ରହି

ସ୍ବପ୍ନର ରଙ୍ଗ ମହଲ ତିଆରି କରି

ନିଜକୁ ରାଜା ଆଉ ତୁମକୁ ରାଣୀ କରି ଦେଖେ। 

ଆମେ ଭ୍ରମଣ କରୁ ଆମ ରାଜବାଟିକାରେ

ତୁମେ ଏକ ଚଞ୍ଚଳ ହରିଣୀ ପରି ଦୈଡ

ପରଜାପତି ଧରିବା ଲକ୍ଷ୍ଯରେ।

ତୁମର ସେହି ପାଗଳାମୀରେ 

ମୁଁ ମନ୍ତ୍ରମୁଗ୍ଧ ଦର୍ଶକ ହେଇଯାଏ। 

ତୁମ ଅଜାଣତରେ ପାରିଜାତ ତୋଲି

ଖୋଷି ଦିଏ ତୁମ ଲମ୍ବା ବେଶୀରେ

ତୁମେ ତାକୁ ଗ୍ରହଣ କରି ନିଅ ସମ୍ମାନ ରେ। 

ଆହୁରି ଅନେକ କଥା କଳ୍ପନା କରିଦିଏ

ଯେମିତି ,

ତୁମେ ହଳଦୀମାଖି ସ୍ନାନକର ରାଜ ପୁଷ୍କରିଣୀରେ

ଲାଲ୍ ଟହ ଟହ ପାଟ ବସ୍ତ୍ର ପରିଧାନ କରିବା ସହିତ

ମୁକ୍ତା , ମାଣିକ, ହୀରା, ଲୀଳାର ଆଭୁଷଣରେ 

ସଜାଇ ହୁଅ ଆପାଦମସ୍ତକ। 

ସବୁର ପୂର୍ଣ୍ଣଚ୍ଚ୍ଥେଦ ପଡିଯାଏ

ସବିତାର ଆଗମନେ ।

ମୁଁ ଫେରି ଆସେ ମୋ ଦୁନିଆଁ ରୁ

ତୁମର ସେହି ତମେ ଶବ୍ଦର ରହସ୍ଯ କୁ ନେଇ। 


#୫, ଧୂପ, ମାୟାଧର ମାନସିଂହ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance