Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ମଶାରୀ ଭିତରେ ମଶା

ମଶାରୀ ଭିତରେ ମଶା

1 min
199



ମଶାରୀ ଭିତରେ ମଶା ଯେପରିକି

ଢୋଲ ର ଭିତରେ ମୂଷା

ମଣିଷ ଶରୀରୁ ରକତ ଶୋଷଇ

କରଇ ଭାରି ହିନସ୍ତ। ।

ସାରା ରାତି ଏହି ପରି ଭାବେ ରହି

ଦଂଶୁ ଥାଏ ଅହ ରହ

ଆଡେଇ ଆଡେଇ ଜନେ ଯାନ୍ତି ଶୋଇ

ପୀଡା ବେଦନା ଅସହ୍ୟ ।

ମଶକ ନାଶକ ମଶାରୀ ଭିତରେ

ମଶା ଡିମ୍ବ ଦେବା ପରେ

ମଶା କାମୁଡା ରେ ଅଥୟ ହୋଇଣ

 ଉଠନ୍ତି ଜନେ କାତରେ ।

ଯେତେ ନିବାରିଲେ ଦୂର ନ ହୁଅଇ

ବଢ଼ଇ ଅଧିକ ତର

ହାତ ଗୋଡ ମୁଣ୍ଡ ଦିହ ଚାରି ଆଡେ଼

କାମୁଡ଼ି କରେ ଅସ୍ଥିର ।

ପରିଷ୍କାର ପରିଚ୍ଛନ୍ନତା ର କ୍ଷୟ 

 ବିପର୍ଯ୍ୟସ୍ତ ପରି ବେଶ

ଠାରେ ସିନା ନିତି ଆସ୍ଥାନ ଜମାନ୍ତି

ଏହି ଦୁଷ୍ଟ ଜୀବ ବାସ ।

କରୁଣ ଅଛିନ୍ତି ମନ ଆନନ୍ଦ ରେ

ଯନ୍ତ୍ରଣା ଦିଅନ୍ତି ଆନେ 

ସମାଜେ ସେ ପରି ଦୁଷ୍ଟ ଖଣ୍ଟ ମାନେ

ଲାଗନ୍ତି ସଦା ଲୁଣ୍ଠନେ ।

ମଶାରୀ ଭିତରେ ମଶା ମାନଙ୍କ ର

ପରି ରହି ଥାନ୍ତି ଛପି

ନୀରିହ ଲୋକଙ୍କୁ ଅକଥନୀୟ ସେ

ଯନ୍ତ୍ରଣା ଜାଳ ଅରପି ।

ଆପଣା ଆପଣା ସ୍ୱାର୍ଥ ହାସଲ ରେ

ଅଭିନୟ କରି ଥାନ୍ତି 

ତାଙ୍କୁ ସଚେତନ ରହି ଚଳୁ ଥିଲେ

ସୁଦ୍ଧା ଅନେକ ଅଶାନ୍ତି ।

ସୃଷ୍ଟି ହୋଇ କ୍ଷତି ସାଧନ କରଇ

ଜୀବନ ରେ ପ୍ରତି କ୍ଷଣେ 

ମଶାରୀ ଭିତରେ ମଶା ପଶି ଥିଲେ

ମଶାରୀ ଟି ଅକାରଣେ ।



Rate this content
Log in

Similar oriya poem from Action