STORYMIRROR

Sarita Rani Mohanty

Action

4  

Sarita Rani Mohanty

Action

ସ୍ବାସ୍ଥ୍ୟ ହିଁ ସମ୍ପଦ

ସ୍ବାସ୍ଥ୍ୟ ହିଁ ସମ୍ପଦ

1 min
23.6K

ସାଧନା ବଳରେ ପାଏ ସଫଳତା

   ନାମ ଦ୍ଵିତୀୟ ଇଶ୍ଵର

ଜନମ ଜାତକ କିମ୍ବା ଖଡ଼ି ଛୁଆଁ 

  କର୍ମ ବାଛି ଥିଲା ତାର   


ହାତେ କଲମକୁ ଉଠାଇଲା ଯେବେ

  ପରିବାର ହେଲେ ଖୁସି

ଭାବନା ରାଇଜେ ଅନେକ ସପନ

   ଉଙ୍କି ମାରିଥିଲା ଆସି  


କଲମର ଗାର ଚଳାଇ ଡାକ୍ତର

  କେତେ ଦିଏ ଜୀବ ଦାନ

ସେ ଏକ ସେବକ ପରାଣ ରକ୍ଷକ

   କଥାକୁହା ଭଗବାନ   


ସେବା ମନୋଭାବ ତ୍ୟାଗ ବଳିଦାନେ

   ଦିନ ରାତି କରି ଏକ

ନିଷ୍ଠା ସାଧନାର ବ୍ରତୀ ହୋଇ ସାଜେ

   ଜନତାର ସୁସେବକ   


ବାଳୁତ କାଳରୁ ଧରିଲା କଲମ

   ଶକତି ମିଳିଲା ତା'କୁ

ଖଣ୍ଡା ଠାରୁ ଶକ୍ତି ଥାଏ କଲମର

   ଖ୍ୟାତି କରେ ଜୀବନକୁ 


ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଆମର

   ବାଣୀ ମୁଖେ ଥାଏ ଯା'ର

ନିଜ ଜୀବନକୁ ବାଜି ଲଗାଏ ସେ

   ପ୍ରତିବାଦ ନାହିଁ ତା'ର  


ବିଜ୍ଞାନ ବଳରେ ହ୍ରାସ ପାଉ ଅଛି

  ଶିଶୁ ମୃତ୍ୟୁ ହାର ଆଜି

ଯୁଗ ଉପଯୋଗୀ ଯନ୍ତ୍ର ଉଦ୍ଭାବନେ

   ରୋଗକୁ ନିଅନ୍ତି ହେଜି  


ବାହ୍ୟ ଅଭ୍ୟନ୍ତର ସମସ୍ତ ଅଙ୍ଗକୁ

  ପରୀକ୍ଷାରେ ଜାଣି ନିଏ

ରୋଗର କାରଣ ଜାଣି ପାରି ପୁଣି

   ପ୍ରତିକାର କହିଦିଏ    


ଜୀବନର ଧାରା ବଦଳାଇ ଦେଇ

  ଉପଦେଶ ଦେଉଥାଏ

ଜୀବନଚର୍ଯ୍ୟାକୁ ବଦଳାଇ ପୁଣି

    ଦୀର୍ଘ ଜୀବି ସେ କରାଏ


ରୋଗକୁ ଔଷଧି କହେ କେତେ ବିଧି

   ସଭିଙ୍କୁ ଏ କଥା ଜଣା

ସୁସ୍ଥ ଜୀବନ ଗଢି ତୋଳିବାକୁ

  କରେ କେତେ କଟକଣା   


ଜୀବ ଦାନ ସିନା ଦିଅନ୍ତି ଈଶ୍ୱର

   ଯତ୍ନ ନିଏ ଡାକ୍-ତର

ଯନ୍ତ୍ର ଓ କଲମ ପରିପୂରକ ତା

  ସାଥୀ ନ ଛାଡନ୍ତି ତାର  


ରୋଗକୁ ଚିହ୍ନଟ କରିଥାଏ ଯନ୍ତ୍ର

   କଲମ ଅଟେ ତା ଅସ୍ତ୍ର

ଜନମ ତାହାର ହୁଅଇ ସାର୍ଥକ

  ଏଦୁଇ ଜୀବନ ମନ୍ତ୍ର   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action