ଗୁରୁ ହିଁ ସଂସ୍କାରକ
ଗୁରୁ ହିଁ ସଂସ୍କାରକ
ଗୁରୁ ହିଁ କରନ୍ତି ସମାଜ ସଂସ୍କାର
ଜଳାଇ ଶିକ୍ଷା ର ବତୀ
ଗୁରୁ କୃପା କଲେ ଅଚିରେ ମିଳଇ
ସୌଭାଗ୍ୟ , ଯଶ , ଖ୍ୟାତି ।
ଗୁରୁ ଉପଦେଶ ସୁଦିବ୍ୟ ସନ୍ଦେଶ
ସଞ୍ଚାରେ ସବୁରି ପ୍ରାଣେ
ତା ' ପାଳନ କରି ଗରିୟ।ନ ହୁଏ
ଶିଷ୍ୟ ଆପଣା ଜୀବନେ ।
ଗୁରୁ ହିଁ କରନ୍ତି ଜୀବନ ଗଠନ
ସୁଶିକ୍ଷା ସଂସ୍କାର ଢାଳି
କବି ଲେଖକ ର ବାରତା ପ୍ରସାର
କରାନ୍ତି ତା ' ଅର୍ଥ କାଢି ।
ଅନ୍ଧ ବିଶ୍ବାସ ଓ ଅଜ୍ଞାନ ତିମିର
ଗୁରୁ କୃପା କରେ ଦୂର
ଶୁଭ ଶାନ୍ତି ମୟ ସମାଜ ବ୍ୟବସ୍ଥା
ଗଠନ ରେ ଅଗ୍ରସର ।
କରାଏ ସଭିଙ୍କୁ ନୀତି ଉପଦେଶ
ନିୟମ ପାଳନ ଗୁଣ
ଗୁରୁ ହିଁ କରନ୍ତି ପ୍ରତ୍ୟେକ ଛାତ୍ର ର
ନିତ୍ୟ ଚରିତ୍ର ଗଠନ ।
ଗୁରୁ ଙ୍କ ସଂପର୍ସ ପ୍ରଭାଵ ରହଇ
ଶିକ୍ଷାର୍ଥୀଠି ଚିର କାଳେ
ଗୁରୁ ମନୋଭାବ ଅନୁଯାୟୀ ଭାବ
ରହଇ ଶିକ୍ଷାର୍ଥୀ ଠାରେ ।
