ଭୁଲ ଠିକ୍ ଖୋଜିବା କଅଣ
ଭୁଲ ଠିକ୍ ଖୋଜିବା କଅଣ
ସମସ୍ୟା ଜୀବନର ସାଥେ ସାଥେ
ଧାଇଁ ଥାଏତ
ସମସ୍ୟା, ଯେତେ ଚେଷ୍ଟା କଲେ
ଜୀବନେ ଆସିବତ ।
ସମସ୍ୟା ସର୍ବଦା ଅଟେ ସମୟ
ସମୟର ଖେଳ
ଦୁଃଖ ସୁଖ ଦୁନିଆରେ ତାହା
ପାଇଁ କିଆଁ ଭାଳ ।
ଅନ୍ତିମ ସମୟ ଆସିବ, ଜୀବନ
ହୋଇବ ଲୀନ
ସମୟର ସାଥେ ସତ୍ୟ ପଥରୁ
ହେବାନି ପରିବର୍ତ୍ତନ ।
ରଖିବା ଭାବ, ଏକାଠି ବଞ୍ଚିବା
ଏକାଠି ସଞ୍ଚିବାର
କିଏ ପର କିଏ ଆପଣାର, ତାହା
ଚିହ୍ନିବା ଦରକାର ।
ଛାଇ ନିଦେ ଛନକା ପଶିଲେ ମନ
ଯେହ୍ନେ ହୁଏ ଛନ ଛନ,
ସ୍ୱାର୍ଥପର ହୋଇଲେ ସେମିତି ହବା
ଭୁଲ ଠିକ୍ ଖୋଜିବା କଅଣ ।
ମହୁମାଛି ପରି ଗୁଣକୁ ଆମର ଯଦି
ଦେବାରେ ଭରି
ସମୟର ସାଥେ ସମସ୍ତେ ବଦଳି ଚଳି
ପାରିବା ଖୁସି ଭରି ।
ମିଳି ଶରଧାରେ ଯଦି ଚାଲିବା ସମ୍ପର୍କ
ହୋଇବ ଅଛିଣ୍ଡା ଡୋରି
ସମ୍ପର୍କ ସମୟର ସହିତ ଏମିତି ଚିଜଟେ
ଥରେ ଭାଂଗିଲେ ଆସେନି ଫେରି ।
