STORYMIRROR

Sunanda Mohanty

Action Inspirational Children

3  

Sunanda Mohanty

Action Inspirational Children

ମେଘ

ମେଘ

1 min
199


ଧରଣୀର କନ୍ୟା ମେଘ

ଗରଜେ ସତେକି ବାଘ

ବରଷକେ ଥରେ ଆସଛି

ଦେଖାଏ କେତେ ବାଗ

ମାଟି ମାଆ ମନ ଖୁସି

ବର୍ଷା କୁ ଦେଇ ଆଉଁସି

କହେ ମେଘକୁ ଗାଇଯା

ସଂଗୀତ ସୁମଧୁର ରସ ରାଗ

ଓଦା କରିଦେଇ ମାଟିମାଆ

କରିଦେ ସୁଜଳା ସୁଫଳା

ଶସ୍ୟ ଶ୍ୟାମଳା ବହୁ ଉତ୍ତରା ବାଆ

ଘଡଘଡି ଚଡଚଡ଼ି ବିଜୁଳି ଆଣି ଆ

ଧରାରେ ବରଷି ଯାଆ

ପିଲାମାନ ସବୁ ଡଙ୍ଗା ଭସାଇବେ

ହୁଅ ସେମାନଙ୍କୁ ସାହା

ଜର ରୋଗ ଦୁଃଖ ନ ଆସୁ

କୃଷକ ଭାଇ ଧାନ ମୁଗ ବିରି

ଫସଲ କରି କାଟିବ ଧରି ଦାଆ

କେତେ ରଙ୍ଗ ଫୁଲ ଫୁଟି

ବାସ ଯିବ ତାର ଛୁଟି

ଛତା ହାତେ ସ୍କୁଲ ଯାଆ

ମନଦେଇ ମୁନା ମୁନି ପଢ଼ୁ ଥାଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action