STORYMIRROR

Ajit Kumar Raut

Action

3  

Ajit Kumar Raut

Action

ବାଳିକା ଦିବସ

ବାଳିକା ଦିବସ

1 min
378


ଅନ୍ତରାଷ୍ଟ୍ରୀୟ ଏ ବାଳିକା ଦିବସ


ପବିତ୍ର ଦିବସ ଆଜି,


ବାଳିକା ସୁରକ୍ଷା ନିମନ୍ତେ ଦିବସ


ପ୍ରେରଣା ଦେଉଛି ଆଜି।୧।


୧୧ ଅକ୍ଟୋବର ବାଳିକା ଦିବସ


ପାଳିତ ଦେଶର ମଧ୍ୟେ,


ଭୃଣ ହତ୍ୟା ନହୁ ଗର୍ଭରେ ତାହାର


ରକ୍ଷା ହେଉ ଦେଶ ମଧ୍ୟେ।୨।


ଆରମ୍ଭଟି ଏହୁ ବର୍ଷ ୨୦୧୨ 


ବାଳିକା ସୁରକ୍ଷା ପାଇଁ,


ପୁତ୍ର ପରି ତାରେ ସମ୍ମାନ ମିଳୁଟି

 

ସମ ଅଧିକାର ପାଇଁ।୩।


ଭେଦଭାବ ନହୁ ଦୁହିଁଙ୍କ ଭିତରେ


ଦୁହେଁ ଶକ୍ତିଶାଳୀ ଏବେ,


କରେ ଯେଉଁ କାର୍ଯ୍ୟ ବାଳକ ଏଠାରେ


ବାଳିକା କରୁଛି ଏବେ।୪।


ପଢାରେ ଆଗୁଆ ବାଳିକା ହେଉଛି


ଖେଳ କ୍ଷେତ୍ରେରେ ଆଗୁଆ,


ରାଷ୍ଟ୍ର ସୁରକ୍ଷାରେ ଭାଗିଦାର ସେହୁ


କର୍ମ କ୍ଷେତ୍ରରେ ଆଗୁଆ।୫।


ଗୌରବାନ୍ନିତଟି ରାଷ୍ଟ୍ରକୁ କରୁଛି


ବାଳିକା ହୁଏ ଆଗୁଆ,


ସବୁ କ୍ଷେତ୍ରେ ସେହୁ ଆଗୁଆ ରହୁଛି


ଗୃହ କାର୍ଯ୍ୟେ ଭି ଆଗୁଆ।୬।


ବଳିକା ଦିବସେ ହାର୍ଦ୍ଦିକ ଶୁଭେଚ୍ଛା


ବିଚ୍ଛନ୍ନାଚଳରୁ ଆମ,


ହେଉ ସବୁ କ୍ଷେତ୍ରେ ଉନ୍ନତି ତାଙ୍କର


ଅଭିନନ୍ଦନଟି ଆମ।୭।


ନାରୀ ଶକ୍ତି ସେହୁ ମାତୃଶକ୍ତି ସେହୁ


ପଟାନ୍ତର ନାହିଁ ତାର,


ବାଳକ ପରି ହିଁ ହେଉ ହିଁ ଆଦର


ନହୁ ମାନହାନୀ ତାର।୮।


କିପରି ବାଳିକା ଉନ୍ନତି କରିବ


କର୍ତ୍ତବ୍ୟ ହେଉ ସମାଜେ,


ବାଳକ ବାଳିକା ଭିତରେ ଅନ୍ତର


ନହୁଟି ଆମ ସମାଜେ।୯।


ଅନ୍ତରାଷ୍ଟ୍ରୀୟ ଏ ବାଳିକା ଦିବସ


ପବିତ୍ର ଦିବସ ଆଜି,


ବାଳିକା ସୁରକ୍ଷା ନିମନ୍ତେ ଦିବସ


ପ୍ରେରଣା ଦେଉଛି ଆଜି।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action