Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Action Inspirational Others

4.0  

Henarani Senapati

Action Inspirational Others

ମା ଦୁର୍ଗାଶକ୍ତି

ମା ଦୁର୍ଗାଶକ୍ତି

1 min
377


ଦୁର୍ଗତି ନାଶିନୀ ମାଆ ଗୋ

         ତୁମେ ସିଂହ ବାହିନୀ

ଶରତ ଋତୁରେ ଆସ ମା

         ତୁମେ ବ୍ରହ୍ମ ଚାରିଣୀ ।

ଦଶ ମହାବିଦ୍ୟା ପ୍ରକଟି

          ଦୁର୍ଗମାକୁ ମାରିଲ

ମଧୁ କୈଟଭ ଙ୍କୁ ମାରିଣ

         ବିପଦ ରୁ ତାରିଲ ।

ମୋହିନି ଋପ କୁ ପ୍ରକଟି

         ମହିଷା କୁ ମାରିଲ

କେତେ କେତେ ବିପଦରୁ ମା

         ତୁମେ ଉଦ୍ଧାର କଲ ।

ଏବେ ଏ ଅଦୃଶ୍ୟ ବେମାରି

          କେତେ ଜୀବନ ନେଲା

ଯେତେ ପୂଜା ପର୍ବ ଆମର

          ସବୁ ଭଣ୍ଡୁର କଲା ।

ଅଣ ନିଃଶ୍ବାସରେ ଆମର

           ପ୍ରାଣ ହେବ ବାହାର

ମୁହେଁ ତୁଣ୍ଡି ବଡ ବିପଦ

           ମାଆ ତୁ ରକ୍ଷା କର ।

କାହୁଁ ଅଇଲା ଏ ବେମାରି

          ମା ଏ କୋଉଠି ଥିଲା

ଲକ୍ଷ ଲକ୍ଷ ଜୀବନ ନେଲା

           ଦାରୁଣ ଦୁଃଖ ଦେଲା ।

ଏ ବିପତ୍ତି ସମୟରେ ମା

          ଏକା ତୁହି ଭରସା

ଆମେ ତୋ ଅମୃତ ସନ୍ତାନ

         ଜୀବନେ ଦେ ତୁ ଆଶା ।

ତୋର ତ୍ରିଲୋଚନ ଅଗ୍ନି ରେ

          କରୋନା ଦଗ୍ଧ କର

ନିପାତ ହେଉ ଏ ବେମାରି

          ମାଆ ଉଦ୍ଧାର କର ।

ଦୁର୍ଗମାସୁର କୁ ମାରି ମା

          ତୁମେ ଦୁର୍ଗ ନାସୀନି

ମହିଷାସୁର ମର୍ଦ୍ଦିନି ମା

          ତୁମେ ବିଶ୍ବ ମୋହିନି ।

ରକ୍ଷା କର ରକ୍ଷା କର ମା

         ତୋର ସନ୍ତାନ ଡାକେ

ଅପାର ମମତା ଦେଉ ମା

          ତୋର ଭକ୍ତ ଜନକେ ।

କୋଟି ଦଣ୍ଡବତ ହେଉ ଛି

          ତୋର ଶ୍ରୀ ପାଦପଦ୍ମେ

ରକ୍ଷା କର ମାଆ ଅବନୀ

           ଅଳି କରେ ଶ୍ରୀ ପାଦେ ।

ତୁହି ନରଖିଲେ ମାଆ ଲୋ

          ଆମେ ଭବେ ଭାସିବୁ

ଦୁର୍ଗା ଶକ୍ତି ମନ୍ତ୍ର ସ୍ମରଣେ

           ଆମେ ସମାଧି ନେବୁ ।


Rate this content
Log in

Similar oriya poem from Action