Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Action Classics Others

4.0  

Henarani Senapati

Action Classics Others

----- " ସମ୍ପର୍କର ଡୋର " -----

----- " ସମ୍ପର୍କର ଡୋର " -----

1 min
280



ଧନ ସମ୍ପତ୍ତି ରେ               

ଲୋଭ ନାହିଁ ମୋର   

ସୁଖ ପାଇଁ ନାହିଁ ଲୋଭ ।         

ଅନ୍ୟ ର ଖୁସିରେ              

ପ୍ରଫୁଲ୍ଲିତ ମନ                

ସବୁ ଲାଗେ ମତେ ଶୁଭ ।        


      ସମ୍ପର୍କରେ ବନ୍ଧା 

      ଜୀବନ ଆମର

      ସମ୍ପର୍କ ଛିଡାଏ ନାହିଁ ।

      ମଣିଷ ଈଶ୍ୱର 

      ପଶୁ ପକ୍ଷୀ ସବୁ

      ଭକ୍ତି ବଳରେ ବାନ୍ଧଇ ।


ଛିଡି ଗଲେ ଥରେ 

ସମ୍ପର୍କର ଡୋର 

ଆଉ ଯୋଡି ହୁଏ ନାହିଁ ।

ଜଦି ଯୋଡି ହୁଏ 

ମଲା ଗଛ ପରି

ସବୁଜ ସତେଜ କାହିଁ ?


      ଅବିଶ୍ବାସ ଥରେ 

      ଜୀବନେ ଆସିଲେ 

      ଅପ୍ରିୟ ସତ୍ୟ ବଚନ ।

      ଯେତେ ପରକାରେ 

      ବୁଝାଇ କହିଲେ 

      ମାନେନା ଅବୁଝା ମନ ।


ଆପଣାର କେହି 

ଦୁଃଖ ଦେଲେ ମନେ

ସାମୁଦ୍ରିକ ଝଡ ହୁଏ ।

ଗଙ୍ଗା ଯମୁନା ତ

ବାଟ ଭୁଲିଯାନ୍ତି

ନୟନରୁ ନୀର ବହେ ।


      ମନ ଚିହ୍ନି ମନ 

      ପାଇବା ଏଠି ତ 

      ସହଜ ହେଇ ନଥାଏ ।

      ମଣିଷ ର ମାୟା

      ପ୍ରକୃତି ର ଛାୟା 

      ଅଦୃଶ୍ୟ ରେ ରହି ଥାଏ ।


ଆହେ ମହେଶ୍ୱର 

ସବୁ ତ ତୁମର 

ଆଉ ସବୁ ଅନ୍ଧକାର ।

ଜୀବନ ନଉକା 

ବୁଡିଲା ହେ ମୋର 

ସଂଭାଳ ତୁମ ସଂସାର ।


      ଜୀବନ ଦୀପ ରେ 

      ଅଧୁରା ସଳିତା 

      ସବୁ ବେଳେ ରହିଥାଉ ।

      ଯେବେ ତୁମ ମନ

      ତେଜୀ ଦିଅ ପ୍ରଭୁ 

      ଜୀବନେ ଆଲୁଅ ଥାଉ ।



Rate this content
Log in

Similar oriya poem from Action