STORYMIRROR

Debadatta Jena

Abstract Action Inspirational

3  

Debadatta Jena

Abstract Action Inspirational

ହୃଦୟ

ହୃଦୟ

1 min
385


କିଛି ନ ଦେଖି ଵି ଦେଖି ହୁଏ,

ନ ଶୁଣି ଵି ଶୁଣି ହୁଏ,

ନ କହି ଵି କହି ହୁଏ,

ନ ପଢି ଵି ପଢି ହୁଏ,ବୁଝି ହୁଏ,

କେବେ ନୀରବରେ,

କେବେ ନିଃଶବ୍ଦରେ,

ନିର୍ଦ୍ଦ୍ୱନ୍ଦରେ ତ ପୁଣି ନିର୍ବିଘ୍ନରେ,

ଏଇ ହୃଦୟରେ..!

ଦେଖିବାକୁ ଆଖି ନୁହେଁ, ଦୃଷ୍ଟି,

ଶୁଣିବାକୁ ଶବ୍ଦ ନୁହେଁ,

କେବଳ ଇଚ୍ଛା ଶକ୍ତି,

ଏବଂ ଆତ୍ମ ଉପଲବ୍ଧି,

ଆଉ କହିବାକୁ ଏ କଥା ନୁହେଁ,

ଆନ୍ତରିକ ଉତ୍ସାସ ଓ

ଅଭିବ୍ୟକ୍ତି ଲୋଡ଼ା,

ପଢିବାକୁ ଲିପି ନୁହେଁ, ଲୟ,

ପ୍ରତିଶୃତି ଓ ପ୍ରତିଲିପି,

ହିଁ ଏ ଜୀବନର ପ୍ରତିଛବି,

ଏଇ ହୃଦୟର ସର୍ବସ୍ବ,

ଗଭୀର ଆତ୍ମ ବିଶ୍ୱାସ ହେଉଛି,

ହୃଦୟର ମୂଳପିଣ୍ଡ,

ପ୍ରବୃଧ ପ୍ରାଣ ସତ୍ତା,

ଏଇ ଦୃଢ଼ ସ୍ପୃହା ଓ ଆତ୍ମା ହିଁ ତ,

ଏ ହୃଦୟର ସାରାଂଶ,

ଗଭୀର ମନସ୍ତତ୍ତ୍ୱ ନୁହେଁ,

ହୃଦୟୋଦ୍ଦୀପକ ମନୋବାଞ୍ଛା,

ପ୍ରଗଳ୍ଭ ମନୋବୃତ୍ତି ନୁହେଁ,

ମାର୍ମିକ ମନୋସ୍ଫୁର୍ତ୍ତି ହିଁ,

ଏ ହୃଦୟର ମାପକାଠି,

ଅନେକ କିଛି, ଆଉ ସବୁ କିଛି,

ତେଣୁ, ଏଠି ଦେଖିବାର

ଅଭିପ୍ରାୟ ଅବା କଣ,

ଶୁଣିବାର ଆବଶ୍ୟକତା ଵି କଣ,

କହିବାର ବିଶେଷ ପ୍ରଯତ୍ନ ବା

ପ୍ରୟାସ ଵି ଦରକାର କଣ..

ବୁଝିବାକୁ କେଉଁ ଭାଷା,ଭାବ,

ଆଉ ଅର୍ଥ..ଏକ ଉପକ୍ରମ,

କହିବାକୁ ଉପଭାଷା କିମ୍ବା

କେଉଁ ଉପମାନ,ଉପାମେୟ

ପ୍ରକୃଷ୍ଟ ଵି ତ ନୁହେଁ,

ଅସୀମ ଆତ୍ମ ଉପଲବ୍ଧି ହିଁ ଏ,

ହୃଦୟର ଅର୍ଥ ସର୍ବସ୍ବ,

କେଉଁ ଉପାଦାନ ଅବା କେଉଁ

ବିଧାନ,ଉପବିଧାନ ବ୍ୟତୀତ,

ବୋଧ ଜ୍ଞାନ ହିଁ ଯଥେଷ୍ଟ,

ହୃଦୟକୁ ଚିହ୍ନିବାକୁ କେଉଁ

ଅଭିଧାନ ଵି ସର୍ବୋକୃଷ୍ଟ ନୁହେଁ,

ବୋଧି ସତ୍ତା,ଧି ସଂମ୍ପନ୍ନତା,

ବୋଧଗମ୍ୟତା ହିଁ,

ଅପରିହାର୍ଯ୍ୟ ଆବଶ୍ୟକତା,

ହୃଦୟଵନ୍ତ ହୃଦବୋଧତା ହିଁ..

ଏଇ ହୃଦୟର ମାନଦଣ୍ଡ..

ହୃଦୟର ପରିମାପକ,ସ୍ୱତନ୍ତ୍ରତା..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract