କୋଡିଏ 'କ' ପଣକିଆ ଗୀତ
କୋଡିଏ 'କ' ପଣକିଆ ଗୀତ
କୋଡିଏ ଏକେ କୋଡିଏ,
ଆ" ଦେଖିବୁ ବେଙ୍ଗ ଯୋଡିଏ l
କୋଡିଏ ଦୁଗୁଣେ ଚାଳସୀ,
ଦେଇଁ ଦେଇଁ ଯାଉଛନ୍ତି ମିଶି l
କୋଡିଏ ତିରିକି ଷାଠିଏ,
ପଛରେ ଗୋଡ଼ାଏ ସାପ ଟିଏ l
କୋଡିଏ ଚଉକୁ ଅଶୀ,
ସାପର ଲାଳ ପଡୁଛି ଖସି l
କୋଡିଏ ପଞ୍ଚା ଶହେ,
ବାଘ ପରି ଧାଉଛନ୍ତି ଦୁହେଁ l
କୋଡିଏ ଷୋକୋ ଶହେ - କୋଡିଏ,
ଖାଇଲା ସାପ ଧରି ବେଙ୍ଗ ଟିଏ l
କୋଡିଏ ସତା ଶହେ - ଚାଳସୀ,
ବେଙ୍ଗ ଡେଉଁ ଥାଏ ବେଶୀ ବେଶୀ l
କୋଡିଏ ଅଷ୍ଟା ଶହେ - ଷାଠିଏ,
ସାପଟି ଦଉଡି ପାରୁ ନ ଥାଏ l
କୋଡିଏ ନୁଆଁ ଶହେ - ଅଶୀ,
ବେଙ୍ଗଟି କୂଅରେ ଗଲା ପଶି l
କୋଡିଏ ଦଶା ଦୁଇ - ଶହ,
କିଏ ଜିତିଲା ପିଲେ କୁହ l