STORYMIRROR

Ajit Kumar Raut

Action Inspirational

3  

Ajit Kumar Raut

Action Inspirational

ଗୌରବାନ୍ନିତ କରୁଛି

ଗୌରବାନ୍ନିତ କରୁଛି

1 min
426


ଦେଉଛି ଗୌରବ ଆନନ୍ଦ ଆଣୁଛି


ଦେଶବାସୀଙ୍କର ମନେ,


ନିସ୍ବାର୍ଥର ମନ୍ତ୍ର କର୍ତ୍ତବ୍ୟେ ଭୂଷିତ 


ସମର୍ପିତ ଜନେଜନେ।୧।


ଶହେ କୋଟି ଜନେ କରୋନାର ଟିକା


ଲାଗି ଗଲା ଜନେଜନେ,


ଅଳ୍ପ ସମୟରେ ଜନଙ୍କ କଲ୍ୟାଣେ


କଲେଟି ଦେଶ ପ୍ରଧାନେ।୨।


ଯୁଗେ ଯୁଗେ ହୁଏ ଶକ୍ତି ଆବିର୍ଭାବ


ସେହୁ ଶକ୍ତି ଅବା ସେହୁ,


ବୁଝି ହେଉ ନାହିଁ ଏଭବ ମାୟାରେ


ପ୍ରଭୁଙ୍କ ଭିଆଣ ସେହୁ।୩।


ମାଳବତାର ସନ୍ଦେଶ ଗୁଞ୍ଜୁଛି,


ଶୁଣୁଛନ୍ତି ବିଶ୍ବବାସୀ,


ଟିକର କାର୍ଯ୍ୟରେ ଦେଲେ ପରିଚୟ


କର୍ତ୍ତବ୍ୟରେ ଦେଶବାସୀ।୪।


ଆତ୍ମନିର୍ଭରଟି ହେବା ହିଁ କର୍ତ୍ତବ୍ୟ


ଦେଶ ହୀତେ ମନ୍ତ୍ର କରି,


ଆତ୍ମବିଶ୍ବାସଟି ଆଣିବା ଜନରେ


ମନ୍ତ୍ର ନିସ୍ବାର୍ଥର ଧରି।୫।


ଗୌରବାନ୍ନିତଟି ସ୍ବଦେଶୀ ଟିକାଟି


ମନକୁ ଆନନ୍ଦ କରେ,


ଶହେ କୋଟି ଜନେ ଟିକା ଲାଗିଗଲା


ଲାଗୁଛି ବିଦେଶେ ଜୋରରେ।୬।


ପ୍ରଶଂସା କରନ୍ତି ବିଦେଶୀ ଶାସକେ


ଦେଖି ଜନହୀତ କାର୍ଯ୍ୟ,


ଦେଶ ପରାକ୍ରମ ବିଶ୍ବେ ଗୁଞ୍ଜୁ ଅଛି


ଦେଶ ମାନବତା କାର୍ଯ୍ୟ।୭।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


ସ୍ବାସ୍ଥ୍ୟ କର୍ମଚାରୀ ସବୁ,


ତାଙ୍କ କାର୍ଯ୍ୟ ସବୁ ଇତିହାସ ହେବ


କର୍ମପଥେ ଥିଲେ ସବୁ।୮।


ପ୍ରଧାନ ଯାହାର କର୍ତ୍ତବ୍ୟେ ଭୂଷଣ


ବିଜୟ ନିଶ୍ଚୟେ ଜାଣ,


ସବୁ କ୍ଷେତ୍ର ହେବ ଉନ୍ନତି ପ୍ରଖର


ବିଶ୍ବ ଗୁରୁ ପରି ଜାଣ।୯।।


ଦେଉଛି ଗୌରବ ଆଣୁଛି ଆନନ୍ଦ


ଦେଶବାସୀଙ୍କର ମନେ,


ନିସ୍ବାର୍ଥର ମନ୍ତ୍ର କର୍ତ୍ତବ୍ୟେ ଭୂଷିତ


ସମର୍ପିତ ଜନେଜନେ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action