STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ସହର କହୁଛି

ସହର କହୁଛି

1 min
348


ମୁଁ ବି ଦିନେ ଗାଁ ଥିଲି, 

ମୋ ପାଖରେ ବି ଥିଲା ଜାଦୁକରୀ ଧୂଳିରୁ ମୁଠେ

ଫୁ' କରି ସକାଳେ ସଂଜେ ଉଡଉଥିଲି 

ପୁରୁଣା ଟିଣିଆ ଗଛ ତଳୁ

ଫୁ କରି ପହଞ୍ଚି ଯାଉଥିଲା ସିଏ ପୋଖରୀ ତୁଠ ବରଓହଳ ସହ ଜମେଇବାକୁ ଗପ ।


ଏବେ ଥୁଣ୍ଟା ଗଡଟେ ତମେ ଚିହ୍ନି ପାରିବନି ତାକୁ ।

ଆଉ ଆର ଜଣକ ତ ନାହିଁ, କେବେଠୁ !

ଜାଦୁକରୀ ଧୂଳି ତକ

ବୁଣି ହେଇ ହେଇ ଯାଉଥିଲା ତମାମ୍ ରାସ୍ତା, 

ମାଟି ବାଟଟାରେ କଅଁଳେଇ

ଛୋଟ ଛୋଟ ଜାଦୁକରୀ ଚାରା ।

ସେଠୁ ତ ସବୁଆଡେ ଖାଲି " ବାସ୍ନା "

ହେଲେ ଆଜି ?

ହଜିଯାଇଛି ତ ନିଜେ ମାଟି ।


ମୁଁ ବି ଦିନେ ଗାଁ ଥିଲି, 

ଜୀଁ ଥିଲି 

ଏବେ ?

ଠିଆ ହେଇଛି ଯେ ,

ହେଲେ ମୋର ଆଖି ନାହିଁ 

ନାକ ନାହିଁ 

ପାଦ ,ହାତ କିଛି ନାହିଁ ।।

କବନ୍ଧ ପରା ! ମନେ ଥିବ ତ ?


ଏବେ ଆଉ ଫୁ, ଫୁ କରିପାରେନା 

ସାପ ଭାବି ହାଣିଦେବେ କାଳେ 

ବଚତ ଗଣ୍ଡିଟା ବି ।


ଜାଦୁକରି ଚାରା ସବୁ ଧ୍ବଂସ ପାଆନ୍ତିନି ତ !

ହେଇପାରେ କେବେ କୋଉଠୁ କେମିତି 

ଏ ଚାରିକୋଣିଆ ଆକାଶ ସବୁ ଓଲ୍ହେଇ ଆସି 

ଏକାଠି ଯଦି ବର୍ଷି ଯାନ୍ତି, 

ହୋଇପାରେ, ଉଇଁ ପାରେ କୁଆଁ ଟେ ପୁଣି 

ଗୋଡି ମିଶା ମାଟିରୁ।


ଅସମ୍ଭବ କି ?


ହେଲେ ଆକାଶ ବି ରାଗିଛି କି କଣ !

ଆଜିକାଲି ଯେବେ ଦେଖ

ଛାତିଫଟା ଚଡଚଡି 

ଚିରୁଛି ତା' ସୀମିତ ଛାତିକୁ ।


ସୀମିତ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action