ବୁଝିଛି ହେ ଚଉବାହା
ବୁଝିଛି ହେ ଚଉବାହା
ବେଳେବେଳେ କିଆଁ କନ୍ଦାଅ ଏମିତି
ଲୁହରେ ମୁଁ ଯାଏ ଭିଜି ,
ଯେତେଥର ତା'ର କାରଣ ପଚାରେ
ଏ ଉତ୍ତର ପାଏ ଖୋଜି ।
ମୋ ସହିତ ତୁମେ ରହିଅଛ ସଦା
ହୋଇ ମୋ ଅନ୍ତରବାସୀ ,
ମୋ ଦୁଃଖ ସୁଖରେ ଭାଗ ନେଉଅଛ
ଜାଣିଛି ହେ ଅବିନାଶୀ ।
ତଥାପି ସଂସାର ଜଞ୍ଜାଳେ ପଡ଼ିକି
ପାଶୋରି ଯାଏ ମୁଁ କେବେ ,
ଏମିତି ଅଡ଼ୁଆ ପ୍ରଶ୍ନ କରି ବସେ
ମୁଁ ଅତି ଅବୋଧ ଭାବେ ।
ଆପଣାର ଯେଣୁ ତୁମରି ଉପରେ
ଅଧିକାର ମୋର ଅଛି ,
ସଙ୍କଟ ପଡ଼ିଲେ ବାରବାର ତେଣୁ
ଏହି ପ୍ରଶ୍ନ ପଚାରୁଛି ।
ମୋ ଭିତରେ ଯେତେ ହରଷ ବିଷାଦ
ଭୋଗ କର ନାଥ ତାହା ,
ଦେହ ଧରି ତେଣୁ ରହିଛି ସଂସାରେ
ବୁଝିଛି ହେ ଚଉବାହା ।
