STORYMIRROR

Ambuja Mohanty

Action Classics Others

3  

Ambuja Mohanty

Action Classics Others

ଇମାରତ

ଇମାରତ

1 min
261

ହେ ମନୁଷ୍ୟ, ଛୁଇଁ ଗଲ ତମେ ଉନ୍ନତିର ଶିଖର

କଲ ତୁମେ ଗୋଟେ ପରେ ଗୋଟେ ଥାକ ଘର ।।


ତୁମ ଭାଷାରେ ହୋଇଲ ତୁମେ ଧନୀ ଓ ମହାନ

କିନ୍ତୁ ହରେଇଛ ତୁମେ ସୁଖ ଓ ଶାନ୍ତିର ଜୀବନ ।।


ବୃକ୍ଷ କାଟି କରି ଚାଲିଗଲ ତୁମେ ଫୁଙ୍ଗୁଳା ଜମି

ଆଜି କାନ୍ଦୁଛି ପୃଥିବୀ ପାଉନି ପବନ ଓ ପାଣି ।।


ତୁମର ଏହି ଧାଡ଼ି ଧାଡ଼ି ଥାକ ଘରର ଈମାରତ

ଦିନେ କରିଦେବ ତୁମକୁ ,ହଁ ତୁମକୁ ହିଁ ଧ୍ଵଂସ ।।


ତେଣୁ ସୁଧୁରିଯାଓ ବର୍ତ୍ତମାନଠାରୁ ହେ ମଣିଷ

ନିଜ ଜୀବନ ବଞ୍ଚିବା ଏବେ ନିଜ ହାତେ ଶେଷ ।।


ବିଧାତା ନିର୍ମିତ ଏହି ସୁନ୍ଦର ପୃଥିବୀ ଯେ ଆଜି

ଧ୍ବଂସାଭିମୁଖୀ କେବଳ ମନୁଷ୍ୟ ଖେଳନା ସାଜି।।


କିପରି କରିବେ ସେ ତାଙ୍କର ସୁନ୍ଦର ସୃଷ୍ଟିର ଅନ୍ତ

ସେଥି ପାଇଁ ମୃତ୍ୟୁ କରୁଛି ତାଣ୍ଡବ ଯେ ଅନେକ ।।


ବନ୍ଦକର ଆଜି କାଟିବା ତୁମେ କୋଟି କୋଟି ବୃକ୍ଷ

ତୁମକୁ କନ୍ଦେଇବ ତୁମର ଏହି ସୁନ୍ଦର ଯେ ଇମାରତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action