ବୁଝି ହୁଏନା
ବୁଝି ହୁଏନା
ଜୀବନରେ ଦୁଃଖ ନଥିଲେ
ସୁଖର ମାନେ କିଏ ବା ଜାଣିବ,
ପରିବାର ଟିଏ ପାଖରେ ନଥିଲେ
ସ୍ନେହ, ପ୍ରେମ କେମିତି ପାଇବ।
ଗୁରୁଜୀ ଗୁରୁମା ନଥିଲେ
ଶିକ୍ଷାର ମୂଲ୍ୟ କାହୁଁ ସେ ବୁଝିବ
ପାଇବାକୁ ତ ବହୁତ୍ କିଛି ଅଛି ଦୁନିଆରେ
ଖୋଜିବାକୁ ଯେ ଚେଷ୍ଟା କରିନି
ପାଇବାର ଖୁସି କାହୁଁ ସେ ପାଇବ ।
ଜୀବନର ଚଲାପଥେ ଆସେ ବହୁ ମୋଡ଼
ଚାଲିବାର ଅଛି ପାର କରି ସବୁ ଝଡ଼
ହାରି ତ ଯାଏ ଏଠି ସେଇ ମଣିଷ
ହରେଇ ଦିଏ ଯିଏ ନିଜର ଆତ୍ମବିଶ୍ବାସ ।
ବଗିଚାରେ କଣ୍ଟା ନଥିଲେ
ଫୁଲର ସୁଗନ୍ଧ କିଏ ବା ବୁଝିବ
ଦୁନିଆରେ ପାପ ନଥିଲେ
ପୂଣ୍ୟର ଗଣନା କିଏ ସେ କରିବ!
