STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଭିଟାମାଟି

ଭିଟାମାଟି

1 min
449

ହାତଠାରି ଡାକେ ମୋ ଭିଟାମାଟି 

ପଡ଼ିଥିବି ସେଠି ମୁଁ ମାଟି ସାଉଁଟି 

ଏଇ ମାଟିରୁ ମୁଁ ତୋଳିଛି ଫଳ

ଏଇ ମାଟିରୁ ମୋ ଘର ର ଚାଳ 

ଏଇ ମାଟିରେ ମୋ ବାପା ଚାଷୀ 

ଏଇ ମାଟିର ମାଆ ଦିଏ ଚିତା ଝୋଟି 

ଏଇ ଭିଟାମାଟି ମୋ ପରିଚୟ 

ସୁଦିନେ ଦୁର୍ଦ୍ଦିନେ ହୁଏ ସହାୟ 

ମୋ ପିତୃପୁରୁଷ ଏଇ ମାଟିରେ 

ଶୋଇଯାଇଅଛି ଆତ୍ମତୃପ୍ତିରେ 

ଏଇ ଭିଟାମାଟି ପାଣିପବନ 

ତାକୁଛାଡି ଯିବି ନାହିଁ ଦାଦନ. 


Rate this content
Log in

Similar oriya poem from Action