ଛଳନାର ବନ୍ଧନ
ଛଳନାର ବନ୍ଧନ
ଏବେ ତମେ ଫେରିବାକୁ
ଅନୁମତି ଦେଇ ଦିଅ ମୋତେ
ଏମିତି ବି ଛଳନାର ବନ୍ଧନରେ
ବାନ୍ଧି ରଖିବ କୁହ ଆଉ କେତେ ,
ମାନୁଛି କେବେ ଦିନେ ଆମେ ଥିଲେ
ଗୋଟିଏ ପଥର ପଥିକ
ତମ ରୂପରେ ଯାଦୁ ଥିଲା
ମୋ କଥାରେ କୁହୁକ ,
ପ୍ରେମରେ ଭରପୁର ରଙ୍ଗୀନ ଜୀବନ
ଭବିଷ୍ୟତକୁ ନେଇ ହଜାରେ ସପନ ,
ତମ ସଂଜ ଆକାଶରେ ମୁଁ ଥିଲି
ଏକ ମାତ୍ର ଉଜ୍ଜ୍ୱଳ ନକ୍ଷତ୍ର
ତମକୁ ଛାଡ଼ି ତମ ସହରେ ନଥିଲେ ମୋର
କେହି ଆଉ ଭାଇ ବନ୍ଧୁ ମିତ୍ର ,
ସଂପର୍କର ଭିଜା ମାଟିରେ ମହକ ବୋଳି
ଆମେ ଖେଳୁଥିଲେ ଫଗୁଣରେ ମନଭରି ଦୋଳି ,
ହଠାତ୍ କିନ୍ତୁ ତମେ କଲ ବିସ୍ଫୋରଣ
ଭାଙ୍ଗି ଦେଲା ସବୁ ଆପଣାପଣ,
ସୃଷ୍ଟି ହେଲା ସନ୍ଦେହ ର ବଳୟ
ସଂପର୍କ ରେ ପ୍ରଳୟ
ହଜିଗଲା ଜୀବନରେ ବସନ୍ତ
ବହିଲାନି ମଳୟ ,
ବାସ୍ ସଂପର୍କର ସେ ସୂର୍ଯ୍ୟାସ୍ତ ପରେ
ବଞ୍ଚି ଚାଲିଛେ ଆମେ ଖାଲି ଛଳନାରେ ...।