Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangotri Priyadarshini

Action Classics Inspirational

3  

Gangotri Priyadarshini

Action Classics Inspirational

ମୁଁ ନାରୀ

ମୁଁ ନାରୀ

1 min
172



ମୁଁ ନାରୀ,

ସୃଷ୍ଟି ର ଅନ୍ୟତମ ସୃଷ୍ଟି

ପୂର୍ଣ୍ଣ କରେ ପୁରୁଷତ୍ଵ

ମୁଁ ଶାନ୍ତ,ସ୍ନିଗ୍ଧ,କମନୀୟ ପ୍ରତିମୂର୍ତ୍ତି

ମୁଁ ସ୍ନେହ,ପ୍ରେମ,କରୁଣାର ଝଲକ

ମୁଁ ଧନ୍ୟ କରେ ସୃଷ୍ଠିର ସୃଜନୀକୁ ।।


ମୁଁ ନାରୀ,

ମୁଁ ଚପଳା ବିଜୁଳି କନ୍ୟା

ପତ୍ନୀ, ପ୍ରେମିକା,ଅଭିସାରିକା

ମାତୃତ୍ଵ ର ବାତ୍ସଲ୍ୟ

ଦାସୀ,ବନ୍ଧୁ,ଭଗ୍ନୀ,ଆଦି,ଅନ୍ତ,ଅନନ୍ତ ।।


ମୁଁ ନାରୀ,

ସରସ୍ବତୀ, କାଳୀ,ଲକ୍ଷ୍ମୀ, ଦୁର୍ଗା

ପ୍ରକୃତି ର ଅପରୂପା ଲାବଣ୍ୟ ଲଳନା

ମୌସୁମୀର ମେଘ ମଲ୍ହାର୍

ନଦୀ ସ୍ରୋତରେ ତରଙ୍ଗାୟିତ ନର୍ତ୍ତକୀ

ମୁଁ କଠୋର ,ଶାସନ ଦଣ୍ଡ ଧରି ଉପନୀତ ।।


ମୁଁ ନାରୀ, 

ଭୋଗ୍ୟ ନୁହେଁ , ମୁଁ ମନ୍ତ୍ର ପ୍ରସାଦ

ମୁଁ ବିଶ୍ୱାସ ଡେଣା ରେ ଘୁରିବୁଲେ

ଇତର ପାଖରୁ ଅମୃତ ବିତରିବା ଯାଏ ।।





Rate this content
Log in

Similar oriya poem from Action