Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Action

3  

Ajit Kumar Raut

Action

ଅନଲାଇନ୍ ଆସର

ଅନଲାଇନ୍ ଆସର

1 min
390



ଡିଜିଟେଲ୍ ହୁଏ ସମ୍ପୂର୍ଣ୍ଣ ଭାରତ

ଅନଲାଇନରେ କାର୍ଯ୍ୟ,

ଆସର ହେଉଛି ଅନଲାଇନରେ

ଦେଶର ସମସ୍ତ କାର୍ଯ୍ୟ।୧।


ଅଦୃଶ୍ୟ ରୋଗର ଯୋଗୁଁ ହୁଏ ଏବେ

ଅନଲାଇନରେ ସଭା,

ଛାତ୍ରଛାତ୍ରୀ ପାଇଁ ପଢାର ମାଧ୍ୟମ

ଅନଲାଇନଟି ଉଭା।୨।


ଖୁସି ଆନନ୍ଦରେ ପଢୁଛନ୍ତି ପାଠ

ଅନଲାଇନ୍ ଆସରେ,

ରାଜନୈତିକର ଆସର ହେଉଛି

ଅନଲାଇନ୍ ମାଧ୍ୟମରେ।୩।


ଅପୂର୍ବ ସାଧନ ଏହୁ ହୋଇଅଛି

ବିଶ୍ବର ପଟଳେ ତାହା,

ହୁଏ ଆୟୋଜିତ ଅନଲାଇନ୍ ଆସର

ବିଶ୍ବର କାର୍ଯ୍ୟରେ ତାହା।୪।


ବିଶ୍ବର ସମସ୍ୟା ସମାଧାନ ହୁଏ

ଅନଲାଇନ୍ ମାଧ୍ୟମରେ,

ଦେଶରେ ରହିଣ ଦେଶର ସମସ୍ୟା

ରଖନ୍ତି ବିଶ୍ବ ଆସରେ।୫।


ଦେଶେ କାର୍ଯ୍ୟକ୍ରମ ହୁଏ ଏହା ଦ୍ଵାରା

ଜନତାଙ୍କ କାର୍ଯ୍ୟ ପାଇଁ,

ଯୋଜନାରେ ଲାଭ କିପରି ମିଳିବ

ମଞ୍ଚସ୍ଥ ତାହରି ପାଇଁ।୬।


ଅନଲାଇନ୍ ଆସର କରେ ସେହୁ କାର୍ଯ୍ୟ

ମନ ଦେଇ ଶୁଣେ ଜନ,

ଜନତା କୁହନ୍ତି ନିଜ ସମସ୍ୟାକୁ

ସରକାର ଶୁଣେ ପୁନ।୭।


ଜନତା ସମସ୍ୟା ନିବାରଣ ପାଇଁ

ଆସର ମହତ୍ତ୍ୱପୂର୍ଣ୍ଣ 

ଅନଲାଇନରେ ଆସରଟି ଏବେ

କରେଟି କାର୍ଯ୍ୟ ସମ୍ପୂର୍ଣ୍ଣ।୮।


ଐତିହାସିକ ଟି ହୋଇ ଅଛି ଏବେ

ଦେଶର କାର୍ଯ୍ୟରେ ଏହୁ,

ଗ୍ରହଣ କରନ୍ତି ଦେଶବାସୀ ତାକୁ

ଅତି ଲାଭକାରୀ ଏହୁ।୯।


ନୂଆ ଭାରତର ନୂଆ କଳେବର

ଡିଜିଟେଲ୍ ହେଲା ଏବେ,

ଅନଲାଇନରେ ଆସର ହେଉଛି

ଦେଶ ମନ୍ତ୍ର ହେଲା ଏବେ।୧୦।


ଡିଜିଟେଲ୍ ହୁଏ ସମ୍ପୂର୍ଣ୍ଣ ଭାରତ

ଅନଲାଇନରେ କାର୍ଯ୍ୟ,

ଆସର ହେଉଛି ଅନଲାଇନରେ

ଦେଶର ସମସ୍ତ କାର୍ଯ୍ୟ।୦।




Rate this content
Log in

Similar oriya poem from Action