Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ମତାନ୍ଧ ମଣିଷର ଧର୍ମ

ମତାନ୍ଧ ମଣିଷର ଧର୍ମ

1 min
175



ସାବିତ୍ରୀ ବାଇ କନ୍ୟା ଶିକ୍ଷା ଓ ଦଳିତ ଶିକ୍ଷା 

ପାଇଁ ଲଢ଼ୁଥିଲେ ଯେବେ 

ତାଙ୍କ ଉପରେ ଗୋବର ଓ ପଥର ତ ଫିଙ୍ଗୁ

ଥିଲେ କିଛି ଲୋକ ତେବେ ।


ବାଧ୍ୟ କଲେ ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି

କହିବା କଥାକୁ 

ଗାଲିଲିଓଙ୍କୁ ବନ୍ଦୀ କରି ଜୋର ଦେଲେ ତା 

ଭୁଲ ବୋଲି କହିବାକୁ ।


ରାଜା ରାମମୋହନ ଯେତେବେଳେ ସତୀ 

ପ୍ରଥାର ବିରୋଧ କରିଲେ

ଜାଣିଛେ ଆମେ କିଛି ସଂକୀର୍ଣ୍ନ ମଣିଷ ତାଙ୍କୁ

ଖୁବ ହଇରାଣ କରିଥିଲେ ।


ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଯେତେବେଳେ 

ବିଧବା ବିବାହ ପାଇଁ ଲଢ଼ିଲେ 

ଜାଣିଛେ ଆମେ କିଛି ସଂକୀର୍ଣ୍ନ ମଣିଷ ତାଙ୍କୁ 

ଖୁବ ହଇରାଣ କରିଥିଲେ ।


ଦକ୍ଷିଣପନ୍ଥୀଙ୍କୁ କହିବା ହେ ତୁମେ ସବୁ ଏ 

ଅନ୍ଧାରରୁ ପ୍ରକାଶକୁ ଆସ 

ମୂର୍ଖାମୀ ନୂହେଁ କି ତାହା ଯିଏ ସବୁ ପିଆଇ

ଥିଲେ ସୋକ୍ରାଟେସଙ୍କୁ ବିଷ ।


କହିବା ଆସ ହେ ମିଥ୍ୟାରୁ ତୁମେ ସବୁ 

ସତ୍ୟକୁ, ଘୃଣାରୁ ପ୍ରେମକୁ

ଜେଲରେ ପୁରାଅ କିମ୍ବା ଜୀବନରେ ମାରି 

ଦିଅନ୍ତି ସେମାନେ ତାଙ୍କୁ ।


ଯଦି ସାଧାରଣ ଲୋକ ମିଥ୍ୟା ଓ ଅନ୍ଧ ବିଶ୍ବାସ 

ଭିତରେ ବୁଡି ବସିଥିବ

ଭାବ ହେ ଶାସକ, ରାଜଗଦିରେ ବସି ଲୋକଙ୍କ 

ଧନ ଲୁଟି ନେଉଥିବ ।


କଷ୍ଟ ଦିଅ କାଳେ କାଳେ ସତ୍ୟ ଉଜାଗର କରୁ

ଥିବା ସମସ୍ତ ବ୍ୟକ୍ତିଙ୍କୁ

କ୍ଷମତା, ଧନ ସମ୍ପତ୍ତିର ଲୁଣ୍ଠନ ଓ ବିଳାସମୟ 

ଜୀବନ ବନ୍ଦ ନହେବାକୁ ।


ଗଢ଼ିବାକୁ ଏକ ସୁନ୍ଦର ଓ ପ୍ରେମମୟ ଦୁନିଆ 

ତୁମର କେବେ ହେବନି ମନ

ବହୁତ ଭୟ ତୁମର ସତ୍ୟ ଓ ତର୍କକୁ, କଳ୍ପନା

ରୁ ବାସ୍ତବକୁ ଆସିବା ଖାଲି ସ୍ୱପ୍ନ ।



Rate this content
Log in

Similar oriya poem from Abstract