STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ମୁଠାଏ ଖୁସି

ମୁଠାଏ ଖୁସି

1 min
129

       

ସମ୍ଭବ ହେବ ବୋଲି ଭାବି

ଗୋଟାଏ ଆଶାର ଅବଦମିତ ନିଶାରେ

ସାଉଁଟିବାକୁ ମୁଠାଏ ଖୁସି

ହାତ ଲମ୍ଵାଇଛି ଉଚ୍ଚ ଆକାଶକୁ

ପାଦ ବଢ଼ାଇଛି ଓସାରିଆ ରାଜ ରାସ୍ତାକୁ

ଦେଖେ...ଓଃ ! କି ଭିଡ଼...

ସମସ୍ତେ ବୋଝେଇ ହୋଇଥିବା 

ଭାରୀ ଯାନ ପରି ଗତିଶୀଳ ନିଜ ପଥରେ

ସମସ୍ତଙ୍କର ଗତି ଅତି ଦ୍ରୁତ

ମାଡ଼ି ଯାନ୍ତି ଆଗକୁ ଆଗକୁ ବହୁ ଦୂର

କେଜାଣି... କାହାର ଲକ୍ଷ୍ୟ ଠିକଣା

ରଖିଥିବେ କେଉଁଠିକୁ...

କୋଳାହଳ ତ ବହୁତ ଶୁଭେ ଅସ୍ପଷ୍ଟ

ଶୁଣା ଗଲେ ବି ଡ଼ାକ

ବୁଝା ପଡୁନି କିଏ କହୁଛି କଅଣ

କହିବାରେ ତ ସମସ୍ତେ ବ୍ୟସ୍ତ

ସେ କୋଳାହଳରେ ହଜି ଯାଏ ମୋ ଡାକ

ମୁଣ୍ଡରେ ତ ମୁଣ୍ଡାଇଛନ୍ତି ସବୁ ଯନ୍ତ୍ରଣାର ବୋଝ

ଉପସମ ମିଳେନା କାହା ଆଶ୍ବାସନାରେ

ସାନ୍ତ୍ଵନା ବେଳେବେଳେ ମିଳେ

ଦଲକାଏ ମୃଦୁ ପବନ ପରି ଦଣ୍ଡେ

କେଉଁଠୁ ପାଇବି ଖୋଜି ସେ ଖୁସି

ତଥାପି ଆଗକୁ ଆଗାଏଁ ତାଙ୍କୁ ଦେଖି

ମନରେ ଏକ ସମ୍ଭାବନାର ପୁଟୁଳି ବାନ୍ଧି

ବଜାର ଯାକ ଅଣ୍ଡାଳି ବୁଲେ

କାହିଁ ଖୁସିର ଦୋକାନ ତ ଗୋଟାଏ ବି

ଖୋଲା ହୋଇନି କେଉଁ ଛକ ବା ଗଳିରେ

ପଚାରିବି ଅବା କାହାକୁ ଯେ...

ଚିହ୍ନାମୁହଁ ତ ଅଚିହ୍ନା ଲାଗେ ବୁଲେଇ ନିଅନ୍ତି ମୁହଁ

ଠିକ୍ କହିବ କିଏ ବୋଲି ଭରସା ନାହିଁ

ଆତ୍ମବିଶ୍ବାସ ତ ମୁଁ ହରାଇଛି ଆଗରୁ

ଜାଣିଛି ମୁଁ କହିବେ ନି କେହି ସମୟ ଦେଇ

ସମୟ ନାହିଁ କାହା ପାଖରେ

ବୁଝିବାକୁ ଏତେ ସବୁ...

କାହିଁକି ନା ସେମାନଙ୍କ ମୁଣ୍ଡରେ ତ ବୋଝ

ଶାନ୍ତିରେ ନିଶ୍ୱାସ ମାରିବାକୁ ବେଳ ନାହିଁ

ଲାଗେ ବିବ୍ରତ ସମସ୍ତେ.......

ସାଉଁଟିବାକୁ ସେ ମୁଠାଏ ଖୁସି 

କହି ପାରନ୍ତି ନି ତାଙ୍କ ମରମର ବ୍ୟଥା

ମନରେ ଚାପି ରଖିଛନ୍ତି ସେ କଥା

ସମସ୍ତେ ତ ସେ ଖୁସିର ଅନୁସନ୍ଧାନରେ

ଯଦି ମିଳିଯାନ୍ତା ଆଗକୁ ଆଗରେ

ମୁଁ ବି ଜାବୁଡି ଧରନ୍ତି ମୁଠାରେ ମୁଠାଏ ଖୁସି...

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action