STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ସମୟ ହାତରେ ଭାଗ୍ୟ

ସମୟ ହାତରେ ଭାଗ୍ୟ

1 min
162


ମଣିଷ ଜୀବନ ଅଟେ କର୍ମମୟ

   ସତ୍ କର୍ମ ଗଢେ ଭାଗ୍ୟ

ନିଷ୍ଠାରେ ନିଷ୍ଠାରେ କର୍ମ କରୁଥିଲେ

  ଆସଇ ସଦା ସୌଭାଗ୍ୟ।

ଆଜି ଯେ ରାଜନ କାଲି ସେ ଫକୀର

   ସମୟ କରେ ବିଚାର

ମଣିଷର ସବୁ  ଗର୍ବ ଅହମିକା

   ହୁଏ କ୍ଷଣେ ଚୁରମାର।

ସତ୍ ଉପାର୍ଜନେ ବଞ୍ଚୁଥିବା ଯଦି

  ଦୈବ କୃପା ହେବ ପ୍ରାପ୍ତ

ଭାଗ୍ୟ ବଦଳିବ ଆନନ୍ଦ ମିଳିବ

  କଳ୍ପନା ହୋଇବ ଲୁପ୍ତ।

କଳ୍ପନାରେ କେହି ସୁଖ ପାଇ ନାହିଁ

   କରମରେ ତା ନିହିତ

କାହିଁକି ନିନ୍ଦିବା ଭାଗ୍ୟକୁ ଆମର

   ଆମ ହାତରେ ଗଠିତ।

ଭାଗବତ ମହା ପୁରାଣେ ଏ କଥା

   ଶ୍ରୀ କୃଷ୍ଣ ପ୍ରଭୁଙ୍କ ବାଣୀ

କର୍ମ କରି ତାଙ୍କୁ ସମର୍ପଣ କଲେ

   ଉଦ୍ଧାର ପାଆନ୍ତି ପ୍ରାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action