Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଶିକ୍ଷା ଗୁରୁ

ଶିକ୍ଷା ଗୁରୁ

1 min
178



ବିଦ୍ୟା ଲାୟେ ଯିଏ ଶିକ୍ଷା କରନ୍ତି ପ୍ରଦାନ

ଶିକ୍ଷା ଗୁରୁ ଭାବେ ତାଙ୍କୁ କରଇ ଗ୍ରହଣ  ।


ଅ ' ଠାରୁ କ୍ଷ' ଯାଏ ସେହି ଅକ୍ଷର ସିଖାନ୍ତି

ତାପରେ ସଂଖ୍ୟା ପଣିକା ଓ ଗଣିତ ଶିଖି ।


ସ୍ନେହ ପୂର୍ଣ୍ଣ ସମାଦର କରି ଦ୍ୟନ୍ତି ଶିକ୍ଷା

ସଦା ହସ ହସ ମୁଖ ଆହ।ଲାଦ ମଖା ।


ଫଳା , ମାତ୍ରା , ବର୍ଣ୍ଣ , ଶଦ୍ଦ, ପୁଣି ଯୁକ୍ତାକ୍ଷର

ଚିତ୍ର ଓ ଦୃଷ୍ଟାନ୍ତ ଦେଇ ଶିଖ।ନ୍ତି  ଅକ୍ଷର । 


ପଢ଼ି ନ ପାରିଲେ କେବେ ନୁହନ୍ତି କୋପିତ

ହାସ୍ୟ କଉତୁକେ କରି ଥାନ୍ତି ଉତ୍ସାହିତ  ।


ଉତ୍ସାହ , ସାହସ , ଶକ୍ତି , ତେଜ ,ବଳ ଗୁଣ

ନବ ସାମର୍ଥ୍ୟରେ ଦିନେ ହୋଇବାକୁ ଧନ୍ୟ ।


ବିତରି ନାନା ପ୍ରେରଣା ପୀୟୂଷ ପ୍ଲାବନ

ଅନୁଭବୀ ଭାବେ ଦେଖି ପ୍ରତି ଶିଷ୍ୟ ମନ ।


ବୁଝାଆନ୍ତି ସୁଧ।ମୟୀ ପ୍ରିତୀ ସମ୍ଭାଷଣେ

ଉତ୍କଣ୍ଠା , ଜିଜ୍ଞାସା ଜାତ କରି ଶିଷ୍ୟ ପ୍ରାଣେ ।


ସେହି ଗୁରୁ ଙ୍କୁ ମୁଁ ନିତି କରଇ ପ୍ରଣାମ

ପ୍ରବର୍ଦ୍ଧିତ କରାନ୍ତି ଯେ ଶିଷ୍ୟ , ଗୁଣ ଗ୍ରାମ ।



Rate this content
Log in

Similar oriya poem from Abstract