Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଗୁରୁ ହିଁ ଭାଗ୍ୟ ବିଧାତା

ଗୁରୁ ହିଁ ଭାଗ୍ୟ ବିଧାତା

1 min
171



ଗୁରୁ ଠାରୁ ଆନ କେ ଅଛି ସଂସାରେ

ଗଠନ କରେ ଯେ ଭାଗ୍ୟ

ତୁଚ୍ଛ ଧନ ମାନ କରାଇ ବର୍ଜନ

ଜ୍ଞାନ - ଧନ ଓ ବୈରାଗ୍ୟ ।


ପ୍ରତି ଅଗ୍ରସର କରାଇ ଚରିତ୍ର

ପରି ସର୍ବୋତ୍ତମ ଭାବ

ଗଠନ କାରୀ ଯେ ଯାହାଙ୍କ ସାହ।ର୍ଯ୍ୟେ

ଶାନ୍ତି , ମୈତ୍ରୀ ଓ ସଦ୍ଭାବ

ଜାଗରିତ ହୁଏ ପ୍ରିତୀ ପ୍ଲାବନ ରେ

ଭାତୃତ୍ବ ଓ ସ୍ନେହ ଭାବ ।


ଚହଟିଣ ହଟି ଯାଏ ଯେ ସବୁଠି

ଦୁର୍ନୀତି ଓ ଭ୍ରଷ୍ଟାଚାର

ସମାଜ ଓ ଜାତି କରଇ ଉନ୍ନତି

 ବନ୍ଧୁତ୍ୱ ସ୍ନେହ ଆଦର ।


ଘେନି ମନ ପ୍ରାଣ କରି ଆକର୍ଷଣ

ଚଳାନ୍ତି ସେହୁ  ସୁପଥେ 

ତତ୍ତ୍ୱାବଧାରକ ତତ୍ତ୍ୱ ଉପଦେଶ

ଦେଇ ଚଳାଅନ୍ତି ସତ୍ୟେ ।


ଜୀବନେ ସୁଗୁଣ ବିକସାନ୍ତି ପୁଣ 

ପୁଣ୍ୟମୟ ଶୁଭାଶିଷେ

ଦେଶ ପ୍ରେମ ବାର୍ତ୍ତା ପରିବେଶ ରକ୍ଷା

ପରି ଶୁଭ କର୍ମ ଶିଷ୍ୟେ ।


ଶିଖାଇ ତାହାଙ୍କ ଭାଗ୍ୟର ଚାଳକ

ଭୂମିକା ନିଭାଇଥ।ନ୍ତି ।

ପ୍ରକୃତ ଗୁରୁ ଯେ ଆହ୍ଲ।ଦ ମୟ ସେ

ପରାଣେ ଚିର ପ୍ରଶାନ୍ତି ।


ଆଦର , ଆଶିଷ , ଧନ ମାନ ଯଶ

ଯାହା ଶୁଭାଶିଷେ ମିଳେ

ଭାଗ୍ୟ ବିଧାତା ସେ ଭାଗ୍ୟର ଗଠନ

 କରନ୍ତି ଆପଣା କରେ ।


Rate this content
Log in

Similar oriya poem from Abstract