ଗୁରୁ ଦିବସ
ଗୁରୁ ଦିବସ
ଗୁରୁ ଉପଦେଶ କରିଲେ ପାଳନ
ଅଜ୍ଞାନତା ନାଶ ଯାଏ
ଗୁରୁଙ୍କୁ ସମ୍ମାନ ଭକ୍ତି ପ୍ରଦର୍ଶନ
ଜ୍ଞାନ, ଯଶ ବୃଦ୍ଧି ପାଏ ।
ଗୁରୁ ଶୁଭାଶିଷ ସାଧି ଥାନ୍ତି ଶିଷ୍ୟ
ଅସାଧ୍ୟ କାର୍ଯ୍ୟ ନିମିଷେ
ବନ୍ଦନୀୟ ସେହିଁ ପୂଜନୀୟ ହୋଇ
ଥାନ୍ତି ସଦା ଦେଶେ ଦେଶେ ।
ଶ୍ରଦ୍ଧା ସଦଭାବନା ଭକତି ଭାବନା
ଧରି ଆନ୍ତରିକ ଭାବେ
ସେପ୍ଟେମ୍ବର ପାଞ୍ଚ ତାରିଖ ଦିବସ
ପାଳନ କରନ୍ତି ସର୍ବେ ।
ସର୍ବ ପଲ୍ଲୀ ରାଧା କ୍ରିଷ୍ଣନ ଙ୍କ ପବିତ୍ର
ଜନ୍ମ ଦିବସ ଉତ୍ସବ
ମୁଖରିତ ହୁଏ ପଲ୍ଲୀ ଠାରୁ ଦିଲ୍ଲୀ
ସବୁଠି ଆନନ୍ଦ ରଵ ।
