STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ରାତି ପାହିଲା

ରାତି ପାହିଲା

1 min
209


ରାତି ପାହିଲା

ମାତି ଉଠିଲା

କୁଆ କୁକୁଡ଼ା ରାବ,

ଗଛ ପତର

ଗାଇ ମନ୍ତର

ଦେବତା ହେଲେ ଠାବ।


ସିନ୍ଦୂର ଟୋପା

ମନ୍ଦାର ଥୋପା

ପରାଚି ନଭ ଥାଇ 

ଉଠିଲା ଜାଗି 

ପୂଜିବା ଲାଗି

ବେଦ ମନ୍ତର ଗାଇ।


ନିଦରୁ ଛୁଟି 

ସେଜରୁ ଉଠି

ପ୍ରଣାମ ଦିବାକର,

ପ୍ରାଣୀ ସକଳ 

ଶୁଭ ସକାଳ

ଆଶିଷ ଦିଅ ବର।


ଫୁଟିଲା ଫୁଲ

ଭଅଁର ତୁଲ

ଯୁଟିଲେ ନିଜ କାମ,

ଆସିଲେ ଉଡ଼ି

ପାରାଙ୍କ ଯୋଡ଼ି

ସାରୀର ରାମ ନାମ।


ଡାଳ ପତର

ପଡି ଶିଶିର

ଘାସ ମୁକୁତା ରେଣୁ,

ଖରକି ଆଣି

ଗୋବର ପାଣି

ଛାଟିଲେ ବାଟ ତେଣୁ।


ଘର ପାଇଟି

ସାରି ଝଅଟି

ସିନାନ ସାରି ମାତା

ଚଉରା ପାଣି

ପାଟିକୁ ଆଣି

ଦିଅନ୍ତି ଭୂମି ମଥା ।


ଗୁହାଳ ଘରୁ 

ଫିଟାଇ ଗୋରୁ

ଡ଼ାକଇ ଗାଈଆଳ,

ମଶାଙ୍କ ପାଇଁ

ଧୂଆଁରେ ଥାଇ

କୁହୁଳୁ ଥାଏ ପାଳ।


ହଳିଆ ଭାଇ

ଯାଉଛି ଗାଇ

ଚାଷ ଗୋହିର ପାଟ

ଚାହାଳି ପିଲା

ଧରିଣ ଝୁଲା

ପଢ଼ିବା ପାଇଁ ପାଠ।


କମାର ଶାଳ

ପଯାଏ ଫାଳ

ବଢେଇ କାଟେ କାଠ,

ଧୋବା ଧୋବଣୀ

ଲୁଗାକୁ ଆଣି

କାଚନ୍ତି ପାଣି ଛାଟ।


ଗୋଉଡ ଘର

ଫୁଟାନ୍ତି କ୍ଷୀର

ଭଣ୍ଡାରି ଧରି ମୁଠି,

ଖୁରକୁ ଧରି

ସୁନ୍ଦର କରି

କାଟଇ ଦାଢ଼ି ଚୁଟି।


କାଦୁଆ ମାଟି

ଚକରେ କାଟି

ହାଣ୍ଡି କଳସ ମାନ

ସୂତାକୁ ଆଣି 

ତନ୍ତକୁ ଟାଣି

ପାଟ, ଗାମୁଛା ଦାନ।


କଂଶାରି ଘର

ଦିଏନି ତର

ଶବଦ ତାନ ଠନ

ବଣିଆ ଭାଈ

ପାଖରେ ଥାଇ 

ଗହଣା ଗଢେ ମନ।


ଗୁଡ଼ିଆ ଘରେ

ଉଖୁଡା କରେ

ମୁଢ଼ି କି ଖଇ ଭଜା,

 ଦିନଟା ସାରା

ପାଇଟି ଭରା

କାମରେ ସବୁ ରଜା।


ସକାଳ ସଂଜ

ରଙ୍ଗର ମଂଚ

କରମ ଗ୍ରାମବାସୀ,

ଆସିଲେ ରାତି

କବାଟ ତାଟି

ଜୀବନ ବାରମାସୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action