ଗୁରୁ ହିଁ ଦିବ୍ୟ ଦ୍ରଷ୍ଟା
ଗୁରୁ ହିଁ ଦିବ୍ୟ ଦ୍ରଷ୍ଟା
ଅଜ୍ଞାନ କୁନାଶି ଆଲୋକିତ କରିଥାନ୍ତି
ଯେ ଶିଷ୍ୟ ଅନ୍ତର
ଅନିତ୍ୟ ମାୟାରୁ ଶାସ୍ବତ ‐ଚିନ୍ତନେ
ଯୋଗାଇ ଦ୍ୟନ୍ତି ବିଚାର ।
ସଭିଙ୍କର ପ୍ରତି ଅନ୍ତରରେ ନିତି
ଝରାଇ ମଧୁର ଝରଦି
ଅନ୍ତି ପ୍ରେରଣା ଆତ୍ମ‐ଉନ୍ମାଦନା
ମହାନୁ ମହାନ ତର ।
ହୋଇ ଜୀବନରେ ଅର୍ଜିବାକୁ ଯଶ ‐
ଖ୍ୟାତି ଓ ଶିଷ୍ଟାଚାର
ଧରି ସମାଜରେ ଚଳିବା ପାଇଁକି
ଆବଶ୍ୟକ ଅଭିଜ୍ଞତାର ।
କରଣୀୟ ଯାହା ସାଧନୀୟ ଯାହା
ଯେତେ ସବୁ ସୁଶିକ୍ଷା
ଶିଖାନ୍ତି ଶିଷ୍ୟକୁ ଲବଧ ଜ୍ଞାନକୁ
ମାପନ୍ତିକ ରି ପରୀକ୍ଷା ।
ଜଗତେ ଯେମାନେ ତାହାଙ୍କୁ ସନ୍ମାନେ
କହନ୍ତି ଗୁରୁ
ବିଦ୍ୟାର‐ଆଲ୍ଲୋକେ ଶିଷ୍ୟ ହୂଦୟରେ
ପ୍ରକାଶ ଚାରୁ ।
ସଂଚାରି ଦ୍ୟୁତିରେ ବିଦୁରିତକରି ପାରେଯେ
ମନ୍ଦ ବିଚାର
ଯାହାଙ୍କ ବଳରେ ଆଉ ପ୍ରଭାବରେ ଚିତ୍ତରେ
ସତ୍ ଆଚାର ।
ଜାଗରିତ ହୋଇ ଜୀବନ‐ସଂଗ୍ରାମେ
ନବ ‐ସ୍ପନ୍ଦନ ଜାଗେ
ଗୁରୁ ବୋଲି ତାଙ୍କୁ ଆଖ୍ୟାୟିତ କରି
ଥାଆନ୍ତି ଶିଷ୍ୟେ ସରାଗେ ।
ପୂଜନ୍ତି ଭକତି ଭାବେ ନିତି ତାଙ୍କ ପୟର
ଦିବ୍ୟ ଆଶିଷ
ବିତରି କଲ୍ୟାଣ ସାଧି ଅନୁକ୍ଷଣ କରନ୍ତି
କାଯ୍ୟ ଅଶେଷ ।
ଦିବ୍ୟ ଅନୁଭବ ଗୁରୁଙ୍କର ହେତୁ
ସଂଚରେ ଶିଷ୍ୟର ମନେ
ଗୁରୁ ଅନ୍ୟ ନାମ ଦିବ୍ୟ ‐ଦ୍ରଷ୍ଟା ବୋଲି
ଘେନିବ ସଭିଏଁ ମନେ ।
