# ଘେନ ମୋର ପ୍ରଣାମ
# ଘେନ ମୋର ପ୍ରଣାମ
ଘେନା କର ଗୁରୁ ମୋର ପ୍ରଣାମ
ତବ ଶୁଭ।ଶିଷ ରେ ମହୀୟ।ନ ।
ହୋଇ ଏ ଜୀବନେ ଚଳୁଛି ସୁଖେ
ତୁମ୍ଭ ଜ୍ଞାନ ବିଦ୍ୟା ଲଭି ଏ ଲୋକେ ।
ସତ୍ୟ ପଥ ମୋର ମନେ ମୁଁ ଦେଖେ
ପୁରି ଉଠେ ପ୍ରାଣ ମନ ପୁଲକେ ।
ନ୍ୟାୟ ଓ ଅନ୍ୟାୟ ଦେଇଛ କହି
ସବୁର ଉଦ୍ଧେଶ୍ୟ ଅଛ ଜଣାଇ ।
ଭଲ ଭଲ କାର୍ଯ୍ୟ ଗୁଣ ସୁଶିକ୍ଷା
ସ୍ନେହ ଆଦର ରେ ବୁଝାଅ କଥା ।
କିପରି କାହିଁକି ସବୁ ପ୍ରଶ୍ନ ର
ସମାଧାନ କରି ଦିଅ ଉତ୍ତର ।
ଜୀବନେ ଅଭୁଲା ଅନେକ କଥା
ଶିଖାଇଛ ତୁମେ ଆହେ ସର୍ବଥା ।
ଭଲ ମନ୍ଦ ଗୁଣ ବତାଇ ଦେଇ
ଗଢିଛ ଜୀବନ ସେନେହ ଦେଇ ।
ଆଜି ଏ ପବିତ୍ର ଦିବସେ ଘେନ
ମଥା ନତ ଭକ୍ତି ପୂତ ପ୍ରଣାମ ।
