Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarita Rani Mohanty

Action

4  

Sarita Rani Mohanty

Action

ମୁକ୍ତିପଥ

ମୁକ୍ତିପଥ

1 min
23.8K



କଣ୍ଟକିତ ଯାତ୍ରା କଣ୍ଟାର ଆଘାତ

  ଅଢେଇ ଦିନ ଜୀବନ

ମରୁ ମରୀଚିକା ପଥାକ୍ରାନ୍ତ ହୁଏ

    ଅଧୁରା ରହେ ସପନ    ll


ଜୀବନ ସ୍ରୋତରେ ହତାସର ଢେଉ

  ଆଶା ଦରିଆର ତା'ର

ମୁକତିର ପଥ   କରି ଅନ୍ୱେଷଣ

   ଅନ୍ତ କରେ ପ୍ରତୀକ୍ଷାର     ll


ଅସୁସ୍ଥ ସକାଳ  ବିଷାଦ ବସନ୍ତ

   ରାତ୍ରୀ ହୁଏ ନିଶାଗ୍ରସ୍ତ

ମୋହ ମାୟା ଜାଲେ ଛନ୍ଦିଯାଏ ଯେବେ

  ହୁଏ ପୁଣି ଅସ୍ତବ୍ୟସ୍ତ      ll


ବିଜନ ବେଳାର ବିଗତ ସ୍ମୃତି ତା'

   କରେନା ବାହାନା କେବେ

ଶାନ୍ତି ମୁକ୍ତି ପଥେ ପଥିକ ହୋଇବ

   ମୋହରେ ନ ପଡେ ଯେବେ  ll


ଚିନ୍ତା ଚେତନାର ନୂତନ ରୂପକୁ

   ନୂଆ ରୂପ ଦେବା ପାଇଁ

ପ୍ରତିଶୃତି ବଦ୍ଧ ହୋଇଯାଏ ପୁଣି

   ମୁକତିର ଆଶା ନେଇ     ll


ଚିରଞ୍ଜିବୀ ଚିନ୍ତା ଜୀବନେ ଭରସା

   ସରଳ ନିଷ୍ପାପ ମନ

ମାୟା କୁହୁଡିରେ ଘେରି ଯାଏ ଯେବେ

   ତୁଚ୍ଛ ଲାଗେ ତା' ଜୀବନ     ll


ବହୁ ଜନମର  ବହୁ ପୂଣ୍ୟବଳେ

  ଜନମି ମର୍ତ୍ତ୍ୟ ମଣ୍ଡଳେ

ଜନମରୁ ଜୁଇ  ଦୂରତା ମାପଇ

   ଜୀଣିଛି କି ବାହୁ ବଳେ    ll


ଅମୃତସ୍ୟ ପୁତ୍ର ଈଶ୍ବର ପ୍ରଦତ୍ତ

  ଭାଗ୍ୟ ବଳେ ବଳିୟାର

ବୁଦ୍ଧି ବୃତ୍ତି ଅବା ଅଜ୍ଞାନ ତା' ପାଇଁ

   ସଜ୍ଞା ଖୋଜେ ଜୀବନର   ll


ଗଗନେ ପବନେ ଗୁଞ୍ଜରିତ ହୁଏ

   ମାନବୀୟ ଗୁଣ ତା'ର

କଷଟି ପଥରେ ତଉଲେ ଜୀବନ

   ନ ପାଏ ଉତ୍ତର ତା'ର    ll


ଜୀବନ ମରୁର ଟାଙ୍ଗରା ଭୂଇଁରେ

   ଆସିଥାଏ ଘୂର୍ଣ୍ଣିଝଡ

ଦୂର ଦିଗନ୍ତରେ ନିନାଦିତ ହୁଏ

   ମିଠା ସ୍ମୃତିର ପାହାଡ଼    ll


ସମୟ ସ୍ରୋତରେ ଧୋଇଯିବ ଯେବେ

   ଏ ପାଞ୍ଚ ଭୂତ ଶରୀର

ମୁକ୍ତ ଆକାଶର ବିହଙ୍ଗ ଟେ ପରି

   ଲାଗିବ ତା' ଦେହେ ପର    ll


ସବୁ ବାଧା ବିଘ୍ନ ହୋଇଯିବ କ୍ଷୁର୍ଣ୍ଣ

   ଯାତ୍ରୀ ସେ ମୁକ୍ତି ପଥର

କେତେ ହରାଇଲା କେତେ ସେ ପାଇଲା

   ହିସାବ ନ ହେବ ତାର     ll



Rate this content
Log in

Similar oriya poem from Action