ଘେନ ଆମ ଅଭିନନ୍ଦନ
ଘେନ ଆମ ଅଭିନନ୍ଦନ
ହେ ଅତିଥି ବନ୍ଧୁ,ତୁମ ପଦ ବନ୍ଦୁ
ଘେନ ଆମ ଅଭିନନ୍ଦନ ,
ହୋଇ ହରଷିତ, କରୁଛୁ ସ୍ୱାଗତ
ଦେଇଟି କୁସୁମ,ଚନ୍ଦନ ।
ଘେନ ଆମ ଅଭିନନ୍ଦନ....
ତୁମେ ଏ ମାଟିର ସୁଯୋଗ୍ୟ ଦାୟାଦ ,
ପାଶେ ପାଇ ଆମେ ହେଉଛୁ ଆନନ୍ଦ।
ଆମେ କୁନି କୁନି ଶିଶୁ ଏ ମାଟିର ,
ବଡ଼ ହୋଇ ଟେକ ରଖିବୁ ଜାତିର ।
ତୁମ ଶୁଭାଶିଷ-ପାଇବାକୁ ଆଶ
କର ସ୍ନେହ ଡୋରେ ବନ୍ଧନ ।
ଘେନ ଆମ ଅଭିନନ୍ଦନ.....
ହେ ଅତିଥି ବନ୍ଧୁ,ତୁମ ପଦ ବନ୍ଦୁ
ଘେନ ଆମ ଅଭିନନ୍ଦନ ।
ସୁଭାଷ,ଶାସ୍ତ୍ରୀଜୀ, ଭଗତ-କାଲାମ ,
ଜନମି ଏ ଦେଶେ ରଖିଗଲେ ନାମ ।
ମାଳତୀ ଚୌଧୁରୀ-କୁନ୍ତଳା କୁମାରୀ ,
ରମା ଦେବୀ ହେଲେ ମହୀୟସୀ ନାରୀ ।
ବତାଅ ହେ ବାଟ-ପଢ଼ି ଭଲ ପାଠ
ହେବୁ ଯେହ୍ନେ ବିଶ୍ବ ବନ୍ଦନ ।
ଘେନ ଆମ ଅଭିନନ୍ଦନ.....
ହେ ଅତିଥି ବନ୍ଧୁ,ତୁମ ପଦ ବନ୍ଦୁ
ଘେନ ଆମ ଅଭିନନ୍ଦନ ।
ହୋଇ ହରଷିତ,କରୁଛୁ ସ୍ୱାଗତ
ଦେଇଟି କୁସୁମ,ଚନ୍ଦନ ।
ଘେନ ଆମ ଅଭିନନ୍ଦନ....
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।