Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Fantasy Others

3  

Sarojini Jena

Fantasy Others

ବସନ୍ତର ଚିଠି

ବସନ୍ତର ଚିଠି

1 min
164



ବସନ୍ତ ଦେଇଛି ପ୍ରୀତିଭରା ଚିଠି

ମନ ମାରି ପ୍ରିୟା ତାରରୁଷିଛି,

ଲଫାପା ଭିତରେ ପ୍ରେମରବାରତା

ଛପି ଛପି ପରା ଗୋଲାପି ଦିଶୁଛି ।


ନୀଳ ଲଫାପାରେ ଦେଇଛି ସେ ଚିଠି

ମଧୁବନେ କରି ପୁଣି ଅପେକ୍ଷା,

ମଧୁର ପରାଣେ ମଧୁ ପ୍ରୀତି ବୋଳି

ପ୍ରିୟାର ତୁଟାଇବ ସବୁ ପ୍ରତୀକ୍ଷା ।


ଅଳସି ପ୍ରେମିକା ବିରହୀ ସାଜିଛି

ମୌନ କିଆଁ ତାରେ ସାଜିଛି,

ମଳୟ ଲାଗୁଛି ନିଦାଘର ପରି

କୋକିଳ ସୁରଟା ହଜିଯାଇଛି ।


ବସନ୍ତର ଚିଠିରଙ୍ଗରେ ଭରିଛି

ସେରଙ୍ଗ ପ୍ରିୟା ତାର ଟିକେ ମାଖିବ,

ରଙ୍ଗେଇ ହୋଇ ସେ ପ୍ରିୟ ପାଶେ ତାର

ପ୍ରୀତିରରାଗିଣୀ ପଠାଇଦେବ ।


ଫଗୁଣର ବୋଳିରଙ୍ଗେ ପିଚିକାଳି

ତନୁ ମନ ତାର ପବିତ୍ର କରିବ,

ପ୍ରେମରେ ବିରହୀ କବିତା ଲେଖିବ

ଚିଠି ପଢି ମନ ତାର ତୋଷିବ ।


କେତେ ହୃଦଭରା କାହାଣୀରହିଛି

ବସନ୍ତର ବାର୍ତ୍ତା ସେ ପଢ଼ିବ,

ତନୁ ମନ ତାର ଉଲ୍ଲାସରେ ନାଚି

ପାଦରେ ଘୁଙ୍ଗୁର ସିଏ ବାନ୍ଧିବ ।


ଏ ଚିଠି ପ୍ରତୀକ୍ଷା ଯୁଗ ଯୁଗ ପାଇଁ

ରହିଥିଲା ପୁଣିରହିବ,

ପ୍ରୀତିରରାଗିଣୀ ଗାଇ ଗାଇ ପ୍ରିୟା

ବସନ୍ତ ଚିଠି କୁ ଚାହିଁରହିବ ।


ବସନ୍ତର ପଳାୟନ୍ତେ ପ୍ରିୟା

କେତେ ଯେ ଯାତନା ସେ ପାଇଛି,

ବଣ, ବିଲ,ଲତା କେତେ ଯେ ଖୋଜୁଛି

ବିରହିଣୀ ସାଜି ଦିବସ କାଟିଛି ।


ଜୀବନର ନଈ ଅଙ୍କା ବଙ୍କା ବହି

ପ୍ରିୟା କୁ ତାର ଦିନ ଦେଇଛି,

ଆଜିସେ ପାଖେଇ ତା କାନରେ କହୁଛି

ଆ - ତୋ ବସନ୍ତ ଚିଠି ଦେଇଛି ।



Rate this content
Log in

Similar oriya poem from Fantasy