ମୋ କବିତା
ମୋ କବିତା
ତୁମେ ଭାବିପାର
ମୋର ଅସ୍ତିତ୍ବର ପ୍ରତିଫଳନ ମୋ କବିତା
ମୋ ଅନ୍ତସ୍ଵର କୁ ପବନରେ ହଜେଇ
ସେହି ମହକରେ ହଜିବା ହିଁ ମୋ କବିତା ।
ମୁଁ ନିତି ବଞ୍ଚେ
ବର୍ତମାନ ଭବିଷ୍ୟତ ଭିତରର ଦୂରତା ମାପେ
ନୀୟତିର ଅସ୍ପଷ୍ଟ ସ୍ଵରରେ
ନିଃଶ୍ୱାସର ମଧୁରତା କୁ କବିତା ଛଳରେ
ଅନୁଭବ କରେ
କବିତା ଛାଇରେ ଦୁଃଖ ସୁଖ କୁ ସାଥୀ କରି ବଞ୍ଚିବା ଶିଖେ।
ଜୀବନ ନଦୀ ତୀରେ,
କବିତା ଶାନ୍ତ ଶୀତଳ ବାତାବରଣ
ସାଜି ପ୍ରାଣ ଭରି ଦିଏ
ଚେତନାର ଗଭୀର ଶିନ୍ଧୁରେ
ବିନ୍ଦୁ ସମ ମୋ ସ୍ଥିତି ଜାହିର କରେ
ମୋ କବିତା ।।
