STORYMIRROR

Gangotri Priyadarshini

Fantasy Inspirational

3  

Gangotri Priyadarshini

Fantasy Inspirational

ମୋ କବିତା

ମୋ କବିତା

1 min
281

ତୁମେ ଭାବିପାର 

ମୋର ଅସ୍ତିତ୍ବର ପ୍ରତିଫଳନ ମୋ କବିତା

ମୋ ଅନ୍ତସ୍ଵର କୁ ପବନରେ ହଜେଇ 

ସେହି ମହକରେ ହଜିବା ହିଁ ମୋ କବିତା ।


ମୁଁ ନିତି ବଞ୍ଚେ 

ବର୍ତମାନ ଭବିଷ୍ୟତ ଭିତରର ଦୂରତା ମାପେ

ନୀୟତିର ଅସ୍ପଷ୍ଟ ସ୍ଵରରେ

ନିଃଶ୍ୱାସର ମଧୁରତା କୁ କବିତା ଛଳରେ

ଅନୁଭବ କରେ

କବିତା ଛାଇରେ ଦୁଃଖ ସୁଖ କୁ ସାଥୀ କରି ବଞ୍ଚିବା ଶିଖେ।


ଜୀବନ ନଦୀ ତୀରେ,

କବିତା ଶାନ୍ତ ଶୀତଳ ବାତାବରଣ

ସାଜି ପ୍ରାଣ ଭରି ଦିଏ

ଚେତନାର ଗଭୀର ଶିନ୍ଧୁରେ

ବିନ୍ଦୁ ସମ ମୋ ସ୍ଥିତି ଜାହିର କରେ

ମୋ କବିତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy