STORYMIRROR

Kishore Nayak

Fantasy Others

4  

Kishore Nayak

Fantasy Others

ଜନନୀ-ଜନ୍ମଭୂମି

ଜନନୀ-ଜନ୍ମଭୂମି

1 min
313


ଜନନୀ ମୋତେ ଜନ୍ମ ଦେଲା 

         ଜନ୍ମଭୂମି ଧରିଲା ତୋଳି 

ତାହାରି ବକ୍ଷେ ଭୂମିଷ୍ଠ ହେଲି 

       ତାହାରି ଧୂଳି ଅଙ୍ଗେ ବୋଳି ll

ଜାଗ୍ରତ ହେଲା ପରାଣ ମୋର 

            ଥିଲାଟି ଯାହା ସୁପ୍ତ 

ତାହାରି ବାୟୁ ଆଲୋକ ସ୍ପର୍ଶେ 

            ପ୍ରବାହ ହେଲା ରକ୍ତ ll

ଆର୍ଦ୍ରତା ଭାଙ୍ଗି ଉଷ୍ଣତା ଦେଲା 

          ମୋର ଜନନୀ କୋଳ 

ତାହାରି କୋଳ ସ୍ନିଗ୍ଧ ପରସେ 

           ଜାଗିଲା ମୋର ବଳ ll

ଶ୍ୱାସ ପ୍ରଶ୍ୱାସେ ତାହାରି ବାୟୁ 

         ନେଲି ମୁଁ ଯେବେ ଟାଣି 

ଶରୀର ମୋର ଉଠିଲା ଚେଇଁ 

             ଶବ୍ଦଧ୍ୱନିକୁ ଜାଣି ll

ଖୋଲି ମୁଁ ଆଖି ଦେଖିଲି ଯେବେ 

           ଜନ୍ମଭୂମିକୁ ମୋର 

ଜନନୀ ହାତ ଧରି ମୁଁ କେତେ 

         ଖେଳିଲି ବକ୍ଷେ ତା'ର ll

କ୍ଷୁଧାରେ ପ୍ରାଣ ଅଥୟ ହେଲା 

         ଉଠିଲି ଯେବେ କାନ୍ଦି 

ଜନନୀ ଦେଲା ଶାକ-ତଣ୍ଡୁଳ 

         କୋଳରେ ଦେଇ ଛନ୍ଦି ll

ତାହାରି ଶାକ-ତଣ୍ଡୁଳ ଖାଇ 

         ହୋଇଲି ଧିରେ ବଡ 

ଏଇ ମାଟିର ପାଣି ପବନେ 

          ଶକତ ହେଲା ହାଡ଼ ll

ଜୀବନ ମୋର ଉଠିଛି ଗଢି 

        ଯାହାଙ୍କ ଶ୍ରେୟ ଫଳେ 

ଜନନୀ-ଜନ୍ମଭୂମି ସେ ମୋର 

        ଧନ୍ୟ ଏ ମହୀ ତଳେ ll

ପିତା-ମାତା-ଭାଇ-ଭଗିନୀରେ 

       ସାଙ୍ଗ ସାଥୀଙ୍କ ମେଳେ 

ବିତଇ ଦିନ ସୁଖରେ ମୋର 

       ଏଇ ମାଟି ମା' କୋଳେ ll

ଜନନୀ-ଜନ୍ମଭୂମି ନୁହଁନ୍ତି 

         କେହି କାହାଠୁ ଭିନ୍ନ 

ଜଣଙ୍କ ବିନା ଆଉ ଜଣଙ୍କ 

           ନୁହଁଇ ପରିପୂର୍ଣ୍ଣ ll

ଜନନୀ-ଜନ୍ମଭୂମିଠୁ ବଡ଼ 

        ନାହିଁରେ କେହି ଆଉ 

ଜନନୀ-ଜନ୍ମଭୂମିର ସେବା 

        କରି ମୋ ଦିନ ଯାଉ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy