STORYMIRROR

Saroj Kumar Jena

Fantasy

4  

Saroj Kumar Jena

Fantasy

ଆମ ଗାଁର ସନ୍ଧ୍ୟା

ଆମ ଗାଁର ସନ୍ଧ୍ୟା

1 min
433

 

ହୋଇଲେ ସାୟାହ୍ନ ବୁଡ଼ନ୍ତି ତପନ

        ପୁରି ଉଠେ ଦାଣ୍ଡ ଧୂଳି,

ଧରିଣ ଗୋକୁଳ ଫେରନ୍ତି ଗୋପାଳ

       କେତେ ଗୋରୁ ହୋଇ ମେଳି ।୧।

ଗୋ ଧୂଳିର ବାସ୍ନା ଦେଖି ଇନ୍ଦୁ ଜ୍ୟୋତ୍ସ୍ନା

      ମନଟି ହୁଏ ପ୍ରସନ୍ନ,

ବୃନ୍ଦାବତୀ ମୂଳେ ସଞ୍ଜବତି ଜାଳେ

    ନବ ବଧୂ ପ୍ରତି ଦିନ ।୨।

ଗ୍ରାମ ମୁଣ୍ଡେ ନିତି ଓଡ଼ିଆ ସଂସ୍କୃତି

    ଅଛି ଆଜି ଉଜ୍ଜୀବିତ,

ଭାଗବତ ଗୀତ ଦେଇ ମନ ଚିତ୍ତ

    ଗାଆନ୍ତି ନିତି ଭକତ । ୩।

ଦର୍ଶକ ବିସ୍ମୟ ଦେଖି ସ୍ଵର ଲୟ

     କାର୍ତ୍ତିକ ମଉସା ଭଙ୍ଗି,

ବଜାଇ ଖଞ୍ଜଣି ମନ ନିଏ ଜିଣି

    ସାକ୍ଷୀ ଭାଗବତ ଟୁଙ୍ଗି ।୪।

ଗାଆଁ ଦୃଶ୍ୟ ପଟ୍ଟ ଅତ୍ୟନ୍ତ ଉତ୍କୃଷ୍ଟ

    ସେହି ସାୟାହ୍ନ ଦର୍ଶନ,

କୋଉଠି ମିଳେନା ଅନ୍ୟତ୍ରରେ ଅନା

     ଏହି ଭଳି ଦୃଶ୍ୟ ମାନ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy