ମୋ ଷୋଳ ବୟସୀ
ମୋ ଷୋଳ ବୟସୀ
ପନ୍ଦର ପୁରି ଷୋହଳ ହେଲା
ଗୋରୀ ତୋ' ଚାଲି ବଦଳି ଗଲା
ମନ ତୋହର ହେଲା ରଙ୍ଗୀଲା,
ଲାଜ କୁଆଡେ ଉଭେଇ ଗଲା
ମୁଁ ହେଲି ଚାବି, ତୁ ମୋର ତାଲା,
ଷୋହଳ ।
ଭାଗ୍ୟରେ ମୋର ଲେଖା ଯେ ଥିଲା
ଆଜି ସେ' କଥା ସତ ହୋଇଲା
ମନକୁ ମନ ମିଶିଣ ଗଲା,
କେମିତି ହେଲା ଜଣା ନ ଥିଲା
ଦେଖୁ ଦେଖୁ ପ୍ରେମ ହୋଇ ଗଲା
ହାୟରେ ମୋର ଉପର ଵାଲା
ଷୋହଳ ।
ଆର ଜନମେ ମିଶି ନ ଥିଲା
ଦୁଇଟି ମନ ଅଲଗା ଥିଲା
ଏହି ଜନମେ ସତ ହୋଇଲା
ପ୍ରେମର ବାସ ଫୁଟି ଉଠିଲା
ସପନ ମୋର ସାକାର ହେଲା
ମୋ' ପ୍ରେମରେ ସିଏ ପଡିଗଲା
ଷୋହଳ ।

