ଏଇ ମୋ ଜନମ ଭୂଇଁ
ଏଇ ମୋ ଜନମ ଭୂଇଁ
ଏଇ ମୋ ଜନମ ଭୂଇଁ,
ସନ୍ତାନେ ତାହାର ବାତ୍ସଲ୍ଯେ ବାନ୍ଧିଛି
ସ୍ନେହର ତୁଳନା ନାହିଁ ।
ଚରଣରେ ଯାର ବହେ ଗଙ୍ଗା ଧାର
ମସ୍ତକରେ ହିମାଳୟ ,
ସନ୍ତାନ ତାହାର ବଡ ସୁର ବୀର
ନାହିଁ ତ କାହାକୁ ଭୟ ।
ବୁକୁରେ ଯାହାର ଫଳେ ସୁନା ଫଳ
ସେଇ ମୋ ଜନମ ଦେଶ ,
ସୁଜଳା ସୁଫଳା ଚିର ଶଶ୍ଯ ଶ୍ଯାମଳା
ଏଇ ମୋ ଭାରତ ବର୍ଷ ।
ଏ ମାଟିରେ ରାମ ଜନମ ହୋଇଥିଲେ
ବଧିଲେ ଲଙ୍କା ରାବଣ
ବିପୁଳ ବନରେ ଗମନ କାଳରେ
ଅହଲ୍ୟା କଲେ ତାରଣ ।
ବାର ବରଷର ନାଉଁରି ପୁଅ ସେ
ନାଁ ତାର ବାଜି ରାଉତ ,
ମାଟି ମାଆର ଲାଗି ପ୍ରାଣ ବଳି ଦେଇ
ରଖିଲା ମାଟିର ମହତ ।
ଏଇ ମୋ ଭାରତେ ସବୁତକ ଅଛି
ନାହିଁ ବୋଲି କିଛି ନାହିଁ ,
ଯାହା ଏ ଭାରତେ ନାହିଁ ବୋଲି ଅଛି
ତାହା ଏ ଜଗତେ ନାହିଁ ।
ଏଇ ମୋ ଜନମ ଭୂଇଁ
ଏଇ ମୋ ଜନମ ଭୂଇଁ ,
ସନ୍ତାନେ ତାହାର ବାତ୍ସଲ୍ଯେ ବାନ୍ଧିଛି
ସ୍ନେହର ତୁଳନା ନାହିଁ ।
