ପ୍ରେମିକ
ପ୍ରେମିକ
ପ୍ରେମିକ ନୁହେଁ ମୁଁ କେଉଁ ପ୍ରେମିକାର
ପ୍ରେମିକ ନୁହେଁ ମୁଁ କେଉଁ ଝିଅର
ପ୍ରେମିକ ମୁଁ ମୋ ଲେଖନୀର
ପ୍ରେମିକ ମୁଁ ସାହିତ୍ୟର ।
ହେ ସାହିତ୍ୟ ସତରେ ତୁମକୁ ପାଇ
ଆଜି ମୁଁ ବହୁତ ଖୁସି ।
ତୁମ ସହ ଦେଖା ହେଲା ପରେ
ଭୁଲି ଯାଇଛି ସବୁ ଦୁଃଖ ଆଉ ଯନ୍ତ୍ରଣାକୁ ।
ହଜେଇ ଦେଇଛି ନିଜକୁ
ତୁମ ଭିତରେ ।
ଭିଜି ଯାଇଛି ଆଜି ତୁମରି
ପ୍ରେମ ବର୍ଷାରେ ।
ବସିପଡ଼େ ଯେବେ ତୁମ ସାଥେ
ଭୁଲିଯାଏ ସବୁ ଭୋକ ଶୋଷ ।
ଆଖି ଖୋଲି ଦେଖେ ଯେବେ ତୁମକୁ
ପ୍ରତିଟି ପୃଷ୍ଠାରେ ଦିଶ ନୂଆ ରୂପରେ ।
କେବେ ତୁମେ କବିର କଲମ ମୁନରେ ତ
ଆଉ କେବେ ଗାୟକର କୋମଳ କଣ୍ଠରେ ।
ତୁମଠୁ ଶିଖିଛି ମୁଁ ଶାନ୍ତି , ମୈତ୍ରୀ ଆଉ
ସମ୍ପର୍କର ମୂଲ୍ୟ ।
ତୁମଠୁ ଶିଖିଛି ପୁଣି ଏ ଦୁନିଆଁର ରୀତି ନୀତି ।
ତୁମେ ହିଁ ସାଇତି ରଖିଛ ଅତୀତ
ବର୍ତ୍ତମାନ ଆଉ ଭବିଷ୍ୟତକୁ ।