STORYMIRROR

Chandan Sahu

Inspirational

3  

Chandan Sahu

Inspirational

ଆଜିର ସମ୍ପର୍କ

ଆଜିର ସମ୍ପର୍କ

1 min
32

ସେଦିନର ସମ୍ପର୍କ ଆଉ ନାହିଁ

ନାହାନ୍ତି ପୁଣି ସେଇ 

କୃଷ୍ଣ ଓ ସୁଦାମା ।

ଯୁଗ ବଦଳିଛି ,ମଣିଷ ବଦଳିଛି

ବଦଳିଯାଇଛି ତାର ପ୍ରବୃତ୍ତି ।

ସମ୍ପର୍କ ଆଉ ସମ୍ପର୍କ ହୋଇ ନାହିଁ

ହୋଇଛି ସ୍ବାର୍ଥ ସାଧନର 

ମାଧ୍ୟମ ମାତ୍ର..

ସ୍ବାର୍ଥ ଯେଉଁଠି ସରିଯାଏ

ସେଇଠି ପଡ଼ିଯାଏ 

ସମ୍ପର୍କରେ ପୂର୍ଣ୍ଣଛେଦ ।

ସ୍ବାର୍ଥ ପାଇଁ ଆଧୁନିକ ମଣିଷ 

ହରାଇଦେଇଛି ତାର ମାନବିକତା ।

ତା ମନରୁ ମରିସାରିଛି 

ପ୍ରେମ ଓ ଆବେଗ..

ସତେ ଯେମିତି ପାଲଟିଯାଇଛି 

ସେ ଜୀବନ୍ତ ଜଡ଼ ପଦାର୍ଥ ।


Rate this content
Log in

Similar oriya poem from Inspirational